Masthead

ଚିକିତ୍ସା ପାଇଁ ସରାଗାତ ଦାନ କଲେ ଛାତ୍ରୀ

ରେଙ୍ଗାଲି(ବଡ଼ ଖବର ବ୍ୟୁରୋ): ଶିଶୁର ଆଖି ଚିକିତ୍ସା ପାଇଁ ସରାଗାତ ଦାନ କଲେ ଛାତ୍ରୀ। ଛୋଟ ଛୋଟ ଛୁଆମାନେ ବାପା ମାଆଙ୍କ ଠାରୁ ପଇସା ନେଇ ସରାଗାତରେ ସଂଚୟ କରିଥାନ୍ତି । ଦୀର୍ଘ ବର୍ଷ ଧରି ସଂଚିଥିବା ପଇସାକୁ ଜଣେ ଶିଶୁକୁ ଦାନ କରିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ । ଯାହା ଆଜି ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାରିପାଲି ଗାଁର ଅମର ତାଣ୍ଡିଆଙ୍କ ଝିଅ ରାକ୍ଷୀ ଦୀର୍ଘ ବର୍ଷ ହେବ ସରାଗାତରେ ପଇସା ସଂଚୁଥିଲେ ।

ତେବେ ସାହୁ କଲୋନୀର ୭ ବର୍ଷର ଶିଶୁ ମାନବ ଦାସଙ୍କ ଆଖିରେ ସମସ୍ୟା ଥିବା ଜାଣିବାକୁ ପାଇଥିଲେ ରାକ୍ଷୀ । ଏପରିକି ଚିକିତ୍ସା ନହେଲେ ମାନବ ଦୃଷ୍ଟି ଶକ୍ତି ହରାଇବେ ଜାଣିବାକୁ ପାଇ ରାକ୍ଷୀ ଘରେ କାନ୍ଦି ପକାଇଥିଲେ । ବାପାଙ୍କୁ ଅନୁରୋଧ କରିବା ସହ ତାଙ୍କର କୁପିକୁ ମାନବକୁ ଦେବାକୁ ଅନୁରୋଧ କରିଥିଲେ । ତେବେ ସେବା ସ୍ବେଚ୍ଛାସେବୀ ସଂଗଠନର କର୍ଣ୍ଣଧାର ଅମର ତାଣ୍ଡିଆ ସବୁବେଳେ ଏପରି କାର୍ୟ୍ୟକୁ ପ୍ରସଂଶା କରୁଥିବାବେଳେ ନିଜ ରାସ୍ତାରେ ଝିଅ ଚାଲୁଥିବା ଦେଖି ଖୁସି ହୋଇ ସରାଗାତ ଦାନ କରିବାକୁ ସହମତି ଦେଇଥିଲେ । ଫଳରେ ମାଟ୍ରିକ ପରୀକ୍ଷାରେ ବ୍ୟସ୍ତଥିବାରୁ ବାପାଙ୍କୁ ସରାଗାତ ଦାନ କରିବା ପାଇଁ ପଠାଇଥିଲେ ରାକ୍ଷୀ । ଯାହା ଆଜି ତାଙ୍କୁ ଜଣେ ଦରଦୀ ମଣିଷର ଆଖ୍ୟା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା