Masthead

ନାଗାର୍ଜୁନ ବେଶ ପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ସଂକ୍ରମଣ ଭୟରେ ଡରୁଛନ୍ତି ସେବକ

ଭୁବନେଶ୍ୱର, (ବଡ଼ ଖବର ବୁ୍ୟରୋ): ଏବେ ବଡ଼ ଦେଉଳ ଖୋଲିବା ସୁରକ୍ଷିତ ନୁହେଁ । ଦେଉଳ ଖୋଲାଗଲେ ବିଭିନ୍ନ ଆଡ଼ୁ ଭକ୍ତ ଆସିବେ । ସଂକ୍ରମଣ ସମ୍ଭାବନା ବି ଅଧିକ ହେବ । ତେଣୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଦେଉଳରେ ଭକ୍ତଙ୍କ ଦର୍ଶନ ବନ୍ଦ ରହୁ । ଏପରି ମନ୍ତବ୍ୟ ଦେଇଛନ୍ତି ଅନେକ ସେବକ ପ୍ରତିନିଧି । ଆଜି ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଭିଡିଓ କନଫରେନ୍ସିଂ ଜରିଆରେ ପୂଜାପଣ୍ଡା, ପ୍ରତିହାରୀ, ସୁଆର ମହାସୁଆର ଓ ଖୁଣ୍ଟିଆ ନିଯୋଗ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା କାଳରେ ସେବକମାନେ କହିଲେ, ସେବକ ସମ୍ପ୍ରଦାୟର ଏବେ ସୁଦ୍ଧା ୫ଶହରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ୧୮ରୁ ଅଧିକ ପ୍ରାଣ ହରାଇଛନ୍ତି । ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ନୁହେଁ ।

ଏହି ଆଲୋଚନା ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପୂଜାପଣ୍ଡା ନିଯୋଗ ପ୍ରତିନିଧି ମାଧବ ପୂଜାପଣ୍ଡା କୁହନ୍ତି, ଭକ୍ତଙ୍କୁ ଛାଡ଼ିଲେ କେମିତି ଦର୍ଶନ ବ୍ୟବସ୍ଥା ହେବ । ସୋସିଆଲ ଡିଷ୍ଟାନ୍ସ ପାଳନ କରି ପ୍ରତିଦିନ କେତେ ଭକ୍ତଙ୍କୁ ଛଡ଼ାଯାଇ ପାରିବ । ଭକ୍ତଟିଏ ଆସିଲେ, କେବଳ ବଡ଼ ଦେଉଳକୁ ଯାଏ ନାହିଁ । ପ୍ରତିଟି ମନ୍ଦିର ଦର୍ଶନ କରିବା ସହ ଜଗମୋହନରେ ବସିଥାଏ ଓ ଲକ୍ଷ୍ମୀମନ୍ଦିରରେ ବସିଥାଏ । ତାହା ବନ୍ଦ କଲେ ଭକ୍ତର ବିଶ୍ୱାସ ଓ ଭାବନା ବି ଭାଙ୍ଗିବ । କେବଳ ସେତିକି ନୁହେଁ, ଆଗକୁ କାର୍ତ୍ତିକ ମାସ । ସେଥିରେ ପୁଣି ନାଗାର୍ଜୁନ ବେଶ ହେବ । ହଜାର ହଜାର ଭକ୍ତ ଆସିବେ । ସେମାନଙ୍କୁ ଦର୍ଶନ କରାଯିବା ସମ୍ଭବ ହେବ ତ ? ଯଦି ସମସ୍ୟା ହେଲା, ତେବେ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଥିଲେ । ଏପରି ପ୍ରସଙ୍ଗକୁ ନେଇ ଅନେକ ସେବକ ପ୍ରତିନିଧି ନାଗାର୍ଜୁନ ବେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ