Masthead

ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବୀନ କେବେ କଳ୍ପନା କରିନଥିଲେ । ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । କାରଣ ସେ ଭାବିଥିଲେ ଓଡ଼ିଶାରେ କେବଳ ବିଜେଡି ରାଜ କରିବ । କାହିଁକି ନା କ୍ଷମତାକୁ ଆସିବା ଦିନ ଠାରୁ ସେ ଦେଖିନଥିଲେ ପରାଜୟ । ଲାଗୁଥିଲା ଯେମିତି ନବୀନଙ୍କ ରାଜନୀତିରେ ପଡ଼ିଛି ରାଜଜୋଟକ । ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କଲେ । ଅଣଓଡ଼ିଆ ଅଫିସରଙ୍କୁ ଓଡ଼ିଆଙ୍କ ଦାୟିତ୍ୱ ଦେଲେ । ହେଲେ ସେହି ଅଣଓଡ଼ିଆ ଗୁମାସ୍ତା ସବୁ ବିକାଶ କରିବେ କ’ଣ, ସଂପୂର୍ଣ୍ଣ ଓଡ଼ିଶାକୁ ଲୁଟିଲେ । ନବୀନ ସବୁ ଦେଖୁଥିଲେ । ଭାବୁଥିଲେ ଯାହା ହେଉଛି ଠିକ୍ ହେଉଛି । ହେଲେ ଅଣଓଡ଼ିଆଙ୍କ କାର୍ଯ୍ୟରେ ଓଡ଼ିଶାବାସୀ ଅତିଷ୍ଟ ହୋଇ ସାରିଥିଲେ । ଶେଷରେ ଜୁନ ୪ରେ ଫଳ ଓଲଟାଇ ଦେଲେ । ଯେଉଁ ପାଣ୍ଡିଆନ କହୁଥିଲେ ଏଥର ଶହେ ଆସନ ଜିତିବୁ । ତାଙ୍କ ପାଇଁ ଯେ ଦଳ ହାରିଲା ବିଜେଡି ନେତା ଖୋଲା ମୁହଁରେ କହିଲେ ।

ଓଡ଼ିଆଙ୍କୁ ପାଣ୍ଡିଆନ ଯେ ହୀନ ଭାବୁଥିଲେ ତାହା ନୁହେଁ ଏପରିକି ନବୀନ ମଧ୍ୟ ଓଡ଼ିଶାବାସୀଙ୍କୁ ଘୃଣା କରୁଥିଲେ । କାରଣ ୨୪ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ନବୀନ କାହା ସହ ଭଲରେ ଟିକିଏ କଥା ହୋଇନାହାନ୍ତି । କେଉଁ ଗାଁକୁ ଯାଇ ଲୋକଙ୍କ ସହ କିଛି ଚର୍ଚ୍ଚା କରିନାହାନ୍ତି । ଲାଗୁଥିଲା ଯେମିତି ଓଡ଼ିଆଙ୍କୁ ଭେଟିଲେ କେତେ, ନ ଭେଟିଲେ କେତେ । କିଛି ଯାଏ ଆସେ ନାହିଁ । ନବୀନ ନିବାସ ଭଲ ତ ସେ ଭଲ । ହେଲେ କୁହାଯାଏ ସବୁ ଜିନିଷର ଗୋଟିଏ ସମୟ ଥାଏ । ସେହି ସମୟ ନବୀନଙ୍କ ମଧ୍ୟ ଆସିଲା । ରାଜଭବନ ଗଲେ, ଇସ୍ତଫା ଦେଲେ । ଅନ୍ୟ ଦଳକୁ ହାରୁଥିବାର ଦେଖୁଥିବା ନବୀନ, ନିଜ ବିଜେଡି ହାରିବାର ମୂହୁର୍ତ୍ତକୁ ଅନୁଭବ କଲେ ।

ଅବଶ୍ୟ ଏ ପରାଜୟର କାରଣ ପାଣ୍ଡିଆନ, ତାହା ସେ ଭାବିଥିବେ ନା ନାହିଁ ଜଣାନାହିଁ । ହେଲେ ଜନତା ଏକଥା କହିଲେ ଯେ ଅଣଓଡ଼ିଆଙ୍କ ମନମାନି ଚଳିବ ନାହିଁ । ଏ ସରକାର ବିଦା ହେବା ଦରକାର । ଫଳଫଳ ବିଜେଡି ବିପକ୍ଷରେ ଗଲା । ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ତିଆରି କରିବା ଯେଉଁ ସ୍ୱପ୍ନ ଥିଲା ତାହା ମାଟିରେ ମିଶିଗଲା । ଯେମିତି ଅମୃତ ହାଣ୍ଡିରେ ଗୋଟିଏ ଟୋପା ବିଶ ସବୁକିଛି ନାରଖାର କରିଦିଏ, ସେମିତି ବିଜେଡି ଦଳର ଆଭିମୁଖ୍ୟରୁ ଦୁଇ ନୁହେଁ ଚାରିପାଦ ଆଗକୁ ଯାଇ ପାଣ୍ଡିଆନ କାର୍ଯ୍ୟ କରିବା ବିଜେଡିକୁ ମହଙ୍ଗା ପଡ଼ିଲା । ଏବେ ଏହା ହିଁ ଚର୍ଚ୍ଚା ଯେ ପୁଣି ଥରେ ବିଜେଡି ଓଡ଼ିଶା କ୍ଷମତା କେନ୍ଦ୍ରକୁ ଆସିବ ନା ନାହିଁ ତାହା ଏବେ କଳ୍ପନା କରିବା ବାହାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ