Masthead

ବନ୍ଧା ହେବେ କି ଉମା

ଅଡ଼ୁଆରେ ସତ୍ୟବାଦୀ ବିଧାୟକ 

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କୋଭିଡ ନିୟମର ଉଲ୍ଲଙ୍ଘନ ମହଙ୍ଗା ପଡ଼ିଛି ବିଜେଡି ବିଧାୟକ ଉମା କାନ୍ତ ସାମନ୍ତରାୟଙ୍କୁ । କଟକଣାକୁ ଭାଙ୍ଗି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ ସ୍ୱର୍ଗଦ୍ୱାରରେ ସାମିଲ ହୋଇଥିଲେ । ଏହାଦ୍ୱାରା ସେ ମହାମାରୀ ସଂକ୍ରମଣ ବଢ଼ାଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ସମୁଦ୍ରକୂଳ ଥାନା ପୋଲିସ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ରୁଜୁ କରିଛି ମାମଲା (ନଂ-୧୬୧/୨୦) । ଆଇପିସିର ଦଫା ୨୬୯/୨୭୦ ଏବଂ ଏପିଡେମିକ ଡିଜିଜ ଆକ୍ଟର ଧାରା ୩ ଅନୁଯାୟୀ ଏହି ମାମଲା ରୁୁଜୁ ହୋଇଛି ।

ଏପିଡେମିକ ଡିଜିଜ ଆକ୍ଟ ଅନୁଯାୟୀ ଉମାକାନ୍ତଙ୍କୁ ଗିରଫ କରାଯାଇ ପାରେ ବୋଲି କୁହାଯାଉଛି । ତେବେ ଶାସକ ଦଳର ବିଧାୟକ ତଥା ପ୍ରଭାବଶାଳୀ ଗୋଷ୍ଠୀରେ ହୋଇଥିବାରୁ ତାଙ୍କୁ ଗିରଫ କରାଯିବା ସମ୍ଭବ ନୁହେଁ ବୋଲି ଦଳୀୟ ସମର୍ଥକମାନେ କହୁଛନ୍ତି । ତେବେ ସରକାର ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟସାରା ଲୋକଙ୍କୁ କଟକଣା ମାନିବାକୁ ଏକ ମେସେଜ ଦେବେ ନା ଏହା ଏକ ରାଜନୈତିକ ଗେମ ହେବ ତାହା ଆଗକୁ ସ୍ପଷ୍ଟ ହେବ ।

ସୂଚନାଯୋଗ୍ୟ, ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ ସ୍ୱର୍ଗଦ୍ୱାରରେ ପ୍ରବଳ ଭିଡ଼ ହୋଇଥିଲା । ବିଜେଡି ନେତା, କର୍ମୀ ଓ ସମର୍ଥକମାନେ ଭଳି ଯାଇଥିଲେ । ଏପରିକି ମନ୍ତ୍ରୀ ସମୀର ରଞ୍ଜନ ଦାଶ ବି ଉପସ୍ଥିତ ଥିଲେ । ତେବେ ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡ୍ ସଂକ୍ରମିତ ଥାଇ ସେଠାରେ ଉପସ୍ଥିତ ରହିବାକୁ ବିରୋଧ କରାଯାଇଥିଲା । ଏନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏତଲ ଦାଖଲ କରାଯାଇଥିଲା । ଏତଲାରେ ମନ୍ତ୍ରୀ ସମୀର ଦାଶଙ୍କୁ ବି ଅଭିଯୁକ୍ତ କରାଯାଇଥିଲା । ମାତ୍ର ଯାଞ୍ଚ ବେଳେ ସେ କୋଭିଡ କଟକଣା ଭାଙ୍ଗିନଥିବା ପୋଲିସ ଜାଣିପାରିଥିଲା । ତଦନୁଯାୟୀ ପୋଲିସ ବିଧାୟକଙ୍କ ନାମରେ ମାମଲା ରୁଜୁ କରିଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ