Masthead

ବିମାନ ଭିତରେ ହଙ୍ଗାମା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବିମାନ ଭିତରେ ହଙ୍ଗାମା । ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଜଣେ ଯାତ୍ରୀ ସିଗାରେଟ ଟାଣି ଅନ୍ୟ ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଛନ୍ତି । ସେହି ଯାତ୍ରୀଙ୍କୁ କାବୁ କରିବା ପାଇଁ କ୍ରିୟୁ ମେମ୍ବର୍ସଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଖାଲି କ୍ରିୟୁ ମେମ୍ବର୍ସ ନୁହଁନ୍ତି ତାଙ୍କର ଏଭଳି ବ୍ୟବହାର ପାଇଁ ଅନ୍ୟ ଯାତ୍ରୀ ମଧ୍ୟ ଭୟଭୀତ ହୋଇଯାଇଥିଲେ । ଯାହାକୁ ନେଇ ଅକ୍ରମଣ କରିଥିବା ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଧୂମପାନ କରିବା ସହ ଅନ୍ୟ ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ଜଣେ ଯାତ୍ରୀ । ସେ ହେଉଛନ୍ତି ମୁମ୍ବାଇ ସଦର ଥାନାରେ ୩୭ ବର୍ଷୀୟ ରମାକାନ୍ତ । ଅଭିଯୋଗରେ ମୁମ୍ବାଇ ପୋଲିସ ରମାକାନ୍ତଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ସେପଟେ ବିମାନରେ ଧୂମପାନ କରିବା ଲାଗି ଅନୁମତି ନାହିଁ। ଅଭିଯୁକ୍ତ ଯାତ୍ରୀ ବିମାନ ବାଥ୍‌ରୁମ୍‌ରେ ସିଗାରେଟ ଲଗାଇବାରୁ ଆଲାର୍ମ ବାଜିଥିଲା।

କ୍ରିଉ ସଦସ୍ୟ ତାଙ୍କ ପାଖକୁ ଯିବାରୁ ସେ ସେମାନଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ। ଏଥିସହିତ ଯାତ୍ରୀ ଜଣକ ବିମାନ ଡୋର ଖୋଲିବାକୁ ଉଦ୍ୟମ କରିଥିଲେ ବୋଲି କ୍ରିଉ ସଦସ୍ୟ କହିଛନ୍ତି। ତାଙ୍କର ଏଭଳି କାର୍ୟ୍ୟରେ ବିମାନ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। କର୍ମଚାରୀମାନେ ତାଙ୍କୁ ସିଟ୍‌ରେ ବାନ୍ଧିଦେବା ପରେ ମଧ୍ୟ ସେ ମୁଣ୍ଡ ପିଟିବା ସହ ଚିତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ? 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ?