Masthead

‘ଅକ୍ସିଜେନ୍’ରେ ତମନ୍ନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଆ ସିନେ ଜଗତରେ ଏବେ ସଫଳତାର ସିଡି ଚଢି ଚାଲିଛନ୍ତି ଚୁଲବୁଲି ନାୟିକା ତମନ୍ନା । ନିଜର ନିଆରା ଅଭିନୟର ଯାଦୁରେ ସେ ଦର୍ଶକଙ୍କୁ କରୁଛନ୍ତି ଏଣ୍ଟରଟେନ୍ । ନିଜ ପ୍ରଥମ ଫିଲ୍ମରୁ ହିଁ ସେ ସଫଳତା ପାଇ ଏବେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ କରି ଚାଲିଛନ୍ତି । କେତେବେଳେ ଚକୋଲେଟ୍ ହିରୋ ବାବୁଶାନ୍ ତ କେତେବେଳେ ମେଗାଷ୍ଟାର ଅନୁଭବଙ୍କ ସହି ସ୍କ୍ରିନ୍ ସେୟାର କରି ସେ ଦର୍ଶକଙ୍କ ମନ କିଣୁଛନ୍ତି । ତେବେ ଅନେକ ଦମଦାର ଫିଲ୍ମରେ ଅଭିନୟ କରି ସାରିବା ପରେ ଏବେ ପୁଣି ଏକ ନୂଆ ଧରଣର ମୁଭି ନେଇ ଆସୁଛନ୍ତି ତମନ୍ନା ।

ଏକ ଭିନ୍ନ ଧରଣର ପରିବେଶ ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଛି ନୂଆ ଓଡିଆ ଫିଲ୍ମ ‘ଅକ୍ସିଜେନ୍’ । ଏହି ଫିଲ୍ମରେ ମୁଖ୍ୟ ନାୟିକା ଭାବେ ଦେଖାଦେବେ ତମନ୍ନା । ଅମିତ୍ ନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା କରାଯାଇଛି । ତେବେ ଏହା ବ୍ୟତିତ ତମନ୍ନା ଆଉ ଏକ ମୁଭି ‘ଷଷ୍ଠ ରୁ ନଷ୍ଟ’ରେ ବି ଲିଡ୍ କ୍ୟାରେକ୍ଟରେ ଦେଖିବାକୁ ମିଳିବେ । ଏହି ମୁଭି ରେ ସେ ରିୟଲ୍ ଷ୍ଟାର ଅର୍ଦ୍ଧେନ୍ଦୁଙ୍କ ଅପୋଜିଟ୍ ରେ ନଜର ଆସିବେ । ଦୁହିଁଙ୍କ ଯୋଡି ପୂର୍ବରୁ ଫିଲ୍ମ ‘ବ୍ଲାକମେଲ୍’ରେ ସୁପରହିଟ୍ ହେବା ପରେ ଏବେ ପୁଣି ଥରେ ଏହି ଯୋଡି ଧମାଲ୍ କରିବାକୁ ଆସୁଛନ୍ତି ବଡ ପରଦାକୁ । ତେବେ ଅଭିନୟକୁ ଜୀବନ୍ତ ମନ୍ତ୍ର ବୋଲି ଗ୍ରହଣ କରିଥିବା ତମନ୍ନା ଏକାଧିକ ରିୟଲିଟି ଶୋ ର ବିଜେତା ହେବା ପରେ ୨୦୧୬ରେ ପାଦ ରଖିଥିଲେ ଫିଲ୍ମ ଦୁନିଆରେ । ତାଙ୍କର ପ୍ରଥମ ଫିଲ୍ମ ଭାଇନା କଣ କଲା ସେ ରେ ସେ ସଫଳତା ପାଇବା ପରେ ତାଙ୍କୁ ମିଳିଥିଲା ଅନେକ ମୁଭିର ଅଫର ।

ପରେ ପରେ ସେ ରୋମିଓ ରାଜା, ଗୋଲମାଲ୍ ଲଭ୍, ପ୍ରେମକୁମାର, ଲକିର ଲକ୍ ଡାଉନ୍ ଲଭ୍ ଷ୍ଟୋରୀ ଆଦିରେ ଅଭିନୟ କରିଥିଲେ । ଏହା ବ୍ୟତିତ ତାଙ୍କୁ ସୁପରହିଟ୍ ଓଡିଆ ୱେବ୍ ସରିଜ୍ ‘ଚୁମ୍ବକ’ରେ ବି ଦେଖିବାକୁ ମିଳିଛି । ଏହି ସିରିଜ୍ ରେ ତମନ୍ନାଙ୍କ ଦମଦାର ଅଭିନୟ ପାଇଁ କାଫି ଭଲପାଇବା ସାଉଁଠିଥିଲେ ତମନ୍ନା । ତେବେ ଆଗକୁ ଦଶହରା ରେ ରିଲିଜ୍ ହେବାକୁ ଥିବା ଏକ କମେଡି ଫିଲ୍ମ ରେ ବି ମୁଖ୍ୟ ଭୂମିକାରେ ନଜର ଆସିବେ ତମନ୍ନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ