ବାବୁଙ୍କ ଝିଅର ହଜିଲା ଜୋତା, ଖୋଜିଲେ ୩ ବିଭାଗ କର୍ମଚାରୀ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଜୋତା ଖୋଜିଲେ ୩ ବିଭାଗ କର୍ମଚାରୀ । ମାସେ ଖୋଜିବା ପରେ ମିଳିଲା ଜୋତା । ଡିଆରଏମଙ୍କ ଝିଅ ବୋଲି ଜୋତା ଖୋଜିବାକୁ ଲାଗିଥିଲେ ରେଲୱେର ୩ ବିଭାଗର କର୍ମଚାରୀ । ସମ୍ବଲପୁର ଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ବରେଲି ପର୍ଯ୍ୟନ୍ତ ଜୋତା ଖୋଜିଥିଲେ ଜିଆରପି, ଆରପିଏଫ ଓ ଆଇଆରସିଟିସି । ଗୋଟିଏ ମାସର ଖୋଜାଖୋଜି ପରେ ମିଳିଛି ଏହି ଦାମିକିଆ ଜୋତା । ଯାହାର ଦାମ ୧୦ ହଜାର ଟଙ୍କା । ଜୋତା ନେଇଥିବା ମହିଳା ଜଣଙ୍କ ହେଲେ ଜଣେ ଡାକ୍ତର । ସୂଚନା ଅନୁସାରେ ମହିଳା ଡାକ୍ତର ଏବଂ ଡିଆରଏମଙ୍କ ଝିଅ ଗୋଟିଏ ଟ୍ରେନରେ ଯାତ୍ରା କରୁଥିଲେ । ବରେଲିରେ ଓହ୍ଲାଇବାବେଳେ ଭୁଲବଶତଃ ଡିଆରଏମଙ୍କ ଝିଅର ଜୋତା ନେଇଯାଇଥିଲେ ।

ଜୋତାଟି ସମ୍ବଲପୁର ଡିଆରଏମ ଭିନିତ ସିଂହଙ୍କ ଝିଅର ଥିଲା । ଯାହାକୁ ନେଇ ସେ ସମ୍ବଲପୁର ଜିଆରପି ଥାନାରେ ଏତଲା ଦେଇଥିଲେ । ପରେ ସମ୍ବଲପୁର ଜିଆରପି ଏହି ଚୋରି ମାମଲାକୁ ବରେଲି ଜିଆରପକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ଜୋତା ଖୋଜିବାକୁ ୨ ଡିଭିଜନ ଜିଆରପି, ଆରପିଏଫ ଏବଂ ଆଇଆରସିଟିସି କର୍ମଚାରୀ ଲାଗିପଡ଼ିଥିଲେ । ପରେ ସେ ଜଣେ ଡାକ୍ତର ମହିଳାଙ୍କ ଠାରୁ ଜୋତା ଉଦ୍ଧାର କରିଥିଲେ । ଉକ୍ତ ମହିଳା ଜଣକ ତରବରିଆଭାବେ ଭୁଲରେ ତାଙ୍କ ଜୋତା ନେଇଥିବା ସେ କହିଛନ୍ତି । ସେପଟେ ଜିଆରପିଙ୍କ କାମକୁ ନେଇ ଉଠିଛି ପ୍ରଶ୍ନ । ଅନ୍ରପଟେ ଡିଆରଏମଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କିଛି ଉତ୍ତର ରଖିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’