Masthead

କର୍ମଚାରୀଙ୍କ ପାଇଁ ନୂଆ ସହର କରିବେ ଏଲନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କର୍ମଚାରୀଙ୍କ ପାଇଁ ନୂଆ ସହର ତିଆରି କରିବେ ଏଲନ୍ ମସ୍କ । ବିଶ୍ୱର ଦ୍ୱିତୀୟ ଧନୀ ଉଦ୍ୟୋଗପତି ତଥା ଟେସଲାର ମାଲିକ ଏଲନ ମସ୍କ ନିଜର ଏକ ସହର ସ୍ଥାପନ କରିବା ନେଇ ବିଚାର କରୁଛନ୍ତି । ଏଲନ ମସ୍କ ଏହି ସହର ତିଆରି କରିବା ପାଇଁ ଟେକ୍ସାସରେ ହଜାର ଏକର ଜମି ଅଧିଗ୍ରହଣ କରିଛନ୍ତି । ଏହି ସହରରେ ମସ୍କଙ୍କ କମ୍ପାନୀର କର୍ମଚାରୀମାନେ ରହିବେ ଏବଂ କାମ କରିବେ । ଅଷ୍ଟିନ ପାଖରେ ଅତିକମରେ ୩,୫୦୦ ଏକରର ଜମି କିଣାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଏଲନ ମସ୍କ ସ୍ନେଲବ୍ରୁକ ନାମକ ଏକ ସହର ବସାଇବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମସ୍କ ଯେଉଁଠାରେ ସହର ସ୍ଥାପନ କରିବାକୁ ଯାଉଛନ୍ତି ସେହି ଅଞ୍ଚଳ ବୋରିଂ ଏବଂ ସ୍ପେସ ଏକ୍ସର ନିର୍ମାଣଧୀନ ପ୍ଲାଣ୍ଟ ପାଖରେ ହିଁ ରହିଛି । ଏହି ସ୍ଥାନ ଟେକ୍ସାସରେ କୋଲୋରାଡୋ ନଦୀ କୂଳରେ ଅବସ୍ଥିତ । ଏଠାରେ ମସ୍କଙ୍କ କମ୍ପାନୀର କର୍ମଚାରୀ ରହିବେ ଏବଂ ପାଖରେ ହିଁ ଥିବା କମ୍ପାନୀକୁ କାମ କରିବାକୁ ଯାଇପାରିବେ । ଏହି ସହରରେ ୧୦୦ କୋଠା ବନାଇବାର ପ୍ଲାନ ଥିବାବେଳେ ପୁଲ ଏବଂ ଖେଳ ମଇଦାନ ମଧ୍ୟ ରଖିବାର ଯୋଜନା କରାଯାଉଛି । ଏହା ପୂର୍ବରୁ ଏଲନ ମସ୍କ ଘୋଷଣା କରିଥିଲେ ଯେ ସେ ଟେସ୍ଲାର ମୁଖ୍ୟାଳୟ ଏବଂ ନିଜ ଘରକୁ କାର୍ଲିଫୋନିଆରୁ ଟେକ୍ସାସକୁ ସ୍ଥାନାନ୍ତର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା