ବଢ଼ୁଛି ହାତୀ ମୃତ୍ୟୁ, ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ହାତୀ ମୃତ୍ୟୁ । ରାଜ୍ୟରେ ୨ ମାସ ମଧ୍ୟରେ ୧୨ ହାତୀଙ୍କ ଜୀବନ ଯାଇଛି । ହାତୀ ମୃତ୍ୟୁ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି ହାଇକୋର୍ଟ । ହାତୀ ମୃତ୍ୟୁର କାରଣ କଣ? କଣ ପାଇଁ ଯାଇଛି ହାତୀଙ୍କ ଜୀବନ ସେନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ବିଦ୍ୟୁତ୍ ଆଘାତଜନିତ ହାତୀ ମୃତ୍ୟୁ ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ । ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍ କଡ଼ାକଡ଼ି କାର୍ୟ୍ୟକାରୀ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।

ଜାନୁଆରୀ ୧୮ରୁ ଏ ପର୍ଯ୍ୟନ୍ତ ୨ ମାସରୁ କମ୍ ସମୟ ଭିତରେ ୧୨ଟି ହାତୀଙ୍କ ମୃତ୍ୟୁ ହେଲାଣି । ସେହିଭଳି ହାତୀ ଆକ୍ରମଣରେ ୧୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ୨ଟି ହାତୀର ଶିକାର କରାଯାଇଥିବା ବେଳେ ୪ଟି ବିଦ୍ୟୁତ ଆଘାତଜନିତ ମୃତ୍ୟୁ । ଅନ୍ୟ ହାତୀଙ୍କ ଆକ୍ରମଣରେ ୨ଟି ହାତୀଛୁଆଙ୍କ ମୃତ୍ୟୁ ହୋଇଥିଲା । ଶିକାର ଓ ବିଦ୍ୟୁତ୍ ଆଘାତଜନିତ ହାତୀ ମୃତ୍ୟୁ ପାଇଁ ୬ଟି ଏତଲା ପଞ୍ଜୀକରଣ କରାଯାଇଥିବା ଜେଟିଏଫ୍ ସଦସ୍ୟ ଥିବା ଅତିରିକ୍ତ ଏସ୍ପି ଦର୍ଶାଇଥିଲେ । ଏହି ୬ଟି ଏତଲାକୁ ନେଇ ରୁଜୁ ମାମଲାର କଣ ଅଗ୍ରଗତି ହୋଇଛି ସେ ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ