Masthead

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସହଯୋଗୀ ଦଳର ଜଣେ ପ୍ରତିନିଧି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦ୍ୱିତୀୟ ପାଳିରେ ଅପେକ୍ଷାକୃତ ଛୋଟିଆ ଟିମକୁ ନେଇ ମନ୍ତ୍ରୀମଣ୍ଡଳ କରିଛନ୍ତି। ଶିବସେନା, ଅକାଳୀ ଦଳ, ଏଲଜେପି, ଆରପିଆଇ ପ୍ରଭୃତି ଦଳର ସହଯୋଗୀମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ସେଥିରେ ସଦସ୍ୟ ଥିଲେ ୫୭ । ମନ୍ତ୍ରିମଣ୍ଡଳ ଛୋଟ ହୋଇଥିବାରୁ ମନ୍ତ୍ରୀମାନଙ୍କ ଉପରେ କାର୍ଯ୍ୟାଭାର ବହୁତ ବଢ଼ିଛି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ନରେନ୍ଦ୍ର ସିଂ ତୋମାର, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ପ୍ରକାଶ ଜାଭଡେକର, ଧର୍ମେନ୍ଦ୍ର ପ୍ରଧାନ ପ୍ରଭୃତି ମନ୍ତ୍ରୀମାନେ ଏକାଧିକ ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି । ପାସୱାନଙ୍କ ମୃତ୍ୟୁ ପରେ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ପିୟୁଷ ଗୋଏଲଙ୍କୁ ଦିଆଯାଇଛି । ଶ୍ରୀ ଗୋଏଲ ପୂର୍ବରୁ ରେଲୱେ ଓ ବାଣିଜ୍ୟ ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ପ୍ରଧାନମନ୍ତ୍ରୀ ନିଜର ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୮୧ଜଣ ସଦସ୍ୟଙ୍କୁ ରଖିପାରିବେ । ବୋଧହୁଏ ଖର୍ଚ୍ଚ କାଟ ଉଦ୍ଦେଶ୍ୟରେ ପ୍ରଧାନମନ୍ତରୀ ଏପରି କରିଛନ୍ତି । ଏବେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ବିୟୋଗ ପରେ ମୋଦି ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ନେଇ ଆଲୋଚନା ଜୋର ଧରିଛି । ଦଶହରା ତଥା ନବରାତ୍ରୀରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାର ଆଶା କରାଯାଉଛି । ଆଗକୁ ବିହାର ନିର୍ବାଚନ ଥିବାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ସଂପ୍ରସାରଣ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶା କରୁଛନ୍ତି ।

ସହଯୋଗୀ ଦଳ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ ଓ ଅକାଳୀ ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏହାସହ ରାଜ୍ୟମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କ କରୋନାରେ ପରଲୋକ ଘଟିଛି । ଫଳରେ ମୋଦି ମନ୍ତ୍ରୀମଣ୍ଡଳରେ ଏବେ ୫୩ଜଣ ସଦସ୍ୟ ଅଛନ୍ତି ।

ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ଏନଡିଏର ଆକାର ଛୋଟ ହୋଇଛି । ସିବଶେନା, ଅକାଳୀ ଦଳ, ଆଜସୁ ସମେତ କିଛି ଛୋଟ ଦଳ ଏନଡିଏରୁ ଓହରି ଯାଇଛନ୍ତି । ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ସହଯୋଗୀ ଦଳ ପକ୍ଷରୁ ୩ କେବିନେଟ୍ ମନ୍ତ୍ରୀ ଓ ଜଣଙ୍କୁ ରାଜ୍ୟମନ୍ତ୍ରୀ ପଦ ଦେଇଥିଲେ । ବର୍ତ୍ତମାନ ସହଯୋଗୀ ଦଳ ପକ୍ଷରୁ ଆରପିଆଇର ରାମଦାସ ଅଠାୱାଲେ ହିଁ ରାଜ୍ୟମନ୍ତ୍ରୀ ପଦରେ ଅଛନ୍ତି । ସେପଟେ ପାସୱାନଙ୍କ ବିୟୋଗ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସହଯୋଗୀ ଦଳର ଜଣେମାତ୍ର ପ୍ରତିନିଧି ଅଛନ୍ତି ।

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ଦୁଇ ମାସରୁ ଅଧିକ ସମୟଧରି ଲାଗିରହିଛି ବିଚାରବିମର୍ଶ । ବିଜେପିର କେନ୍ଦ୍ରୀୟ ସଂଗଠନ ପ୍ରଧାନମନ୍ତ୍ରୀଙ୍କ ନୂଆ ଟିମ ଘୋଷଣାକୁ ସବୁଜସଙ୍କେତ ଦେଇସାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ