Masthead

ଯୋଗ ଦିବସରେ ବି ପଲିଟିକ୍ସ, ଓଁ ଓ ଆଲ୍ଲାଙ୍କୁ ନେଇ ବିବାଦ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱ ଯୋଗ ଦିବସ । ଏହି ଅବସରରେ ବିଶ୍ୱରେ ୧୭୦ରୁ ଅଧିକ ଦେଶରେ ପାଳନ ହେଉଛି ଯୋଗ ଦିବସ । ତେବେ ଏହା ମଧ୍ୟରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ଏକ ବୟାନ ରଖିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ଅନ୍ୟ ଏକ ବିବାଦ । ତେବେ ସିଂଭି ଏକ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଓଁ ଉଚ୍ଚାରଣ କରିବା ଯୋଗକୁ ଅଧିକ ଶକ୍ତିଶାଳୀ କରିବନାହିଁ କିମ୍ବା ଆଲ୍ଲା କହିଲେ ଯୋଗର ଶକ୍ତି ହ୍ରାସ ପାଇବ ନାହିଁ’ । ତେବେ କଂଗ୍ରେସ ନେତାଙ୍କ ଏହି ଟ୍ୱିଟ ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି । ଏହି ଟ୍ୱିଟରେ ତମାମ ବିଜେପି ନେତାଙ୍କ ସହ ପ୍ରତିକ୍ରିୟା ରଖିଛନ୍ତି ଯୋଗ ଗୁରୁ ରାମଦେବ ବାବା । ରାମଦେବ ବାବା କହିଛନ୍ତି “ଈଶ୍ୱର ଆଲ୍ଲା ତେରେ ନାମ, ସବକୋ ସନମତି ଦେ ଭଗବାନ । ଆଲ୍ଲା, ଭଗବାନ, ଖୁଦା ସମସ୍ତେ ସମାନ । ଏଥିରେ ଓଁ କହିବାରେ ଅସୁବିଧା କ’ଣ? କିନ୍ତୁ ଆମେ କାହାକୁ ଖୁଦା କହିବାରୁ ମନା କରିପାରିବା ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯୋଗ କରିବା ଦରକାର । ତେବେ ଯାଇ ଏସମସ୍ତଙ୍କୁ ଗୋଟିଏ ପରାମାତ୍ମା ଦେଖାଯିବେ” ।

ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏପରି ଦିବସରେ କଂଗ୍ରେସ ନେତା ମାନେ ରାଜନୀତି କରୁଛନ୍ତି । ଭ୍ୟାକ୍ସିନ ଓ ଯୋଗ ଦୁଇଟି ଯାକ କରୋନା ବିରୋଧ ଲଢ଼େଇ ପାଇଁ ସଞ୍ଜିବନୀ ଅଟେ । ସେହିପରି ବିଜେପି ସାଂସଦ ପ୍ରବେଶ ବର୍ମା କହିଛନ୍ତି ଓଁ ଉଚ୍ଚାରଣ କରିବା ଦ୍ୱାରା ଆମ ଶକ୍ତି ବୃଦ୍ଧି ପାଉଛି । କଂଗ୍ରେସର ଭୋଟ ବ୍ୟାଙ୍କ ହ୍ରାସ ପାଉଛି ଯେଉଁ କାରଣରୁ ଓଁ ଉଚ୍ଚାରଣ ଦ୍ୱାରା କଂଗ୍ରେସ ନେତାଙ୍କ ଶକ୍ତି ହ୍ରାସ ପାଉଛି ବୋଧହୁଏ । ବିଶ୍ୱ ଯୋଗ ଦିବସରେ କଂଗ୍ରେସ ନେତାଙ୍କ ଏପରି ବୟାନକୁ ନେଇ ତେଜିଛି ରାଜନିତୀ । ବିଭିନ୍ନ ନେତା ଓ ଯୋଗ ଗୁରୁଙ୍କ ଦ୍ୱାରା ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼