Masthead

ଋଷ ଆଗରେ ମୁଣ୍ଡ ନୁଆଁଇଛନ୍ତି ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର: ପୁଟିନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଥମୁନି ଋଷ-ୟୁକ୍ରେନ ଯୁଦ୍ଧ । ସ୍ଥିତି ଜାହିର ପାଇଁ ଜାରି ରହିଛି ସଂଘର୍ଷ । ଋଷ ନିକଟରେ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ମୁଣ୍ଡ ନୁଆଁଇଛନ୍ତି ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁରିଆଟିଆସ୍ଥିତ ଏକ ଆଭିଏସନ କାରଖାନାରେ ଉଦବୋଧନ ଦେଇ ପୁଟିନ କହିଛନ୍ତି-ଭୂରାଜନୈତିକ ଭୂମିକା ଦୃଷ୍ଟିରୁ ନୁହେଁ, ବରଂ ନିଜର ସ୍ଥିତି ଜାହିର କରିବା ଲାଗି ହିଁ ଋଷ ସଂଗ୍ରାମ କରୁଛି । ଋଷ ଯାହା କିଛି କରୁଛି ଦେଶର ଓ ଭବିଷ୍ୟ ପିଢି ଲାଗି ହିଁ କରୁଛି । ଋଷ ବିରୋଧରେ ଯୁଦ୍ଧ ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ବ୍ୟବହାର କରୁଛନ୍ତି ବୋଲି ପୁଟିନ କହିଛନ୍ତି ।

ପାଶ୍ଚାତ୍ୟ ରାଷ୍ଟ୍ରର ଅର୍ଥନୈତିକ କଟକଣା କାରଣରୁ ସେ ଚିନ୍ତିତ ଅଛନ୍ତି ବୋଲି ସେ କହିଛନ୍ତି । ଅର୍ଥନୈତିକ କଟକଣା ଜାରି କରିବା ପରେ ଋଷର କାରଖାନା ବନ୍ଦ ହୋଇଯିବା ସହ ବେକାରୀ ବଢିବ ଏବଂ ଅର୍ଥନାତିକ ସଂକଟ ଘନୀଭୂତ ହେବ ବୋଲି ଶତ୍ରୁରାଷ୍ଟ୍ରମାନେ ଆଶା କରୁଥିଲେ । ସେପଟେ ଜର୍ମାନୀ ସ୍ବାଧୀନ ଭାବେ କିଛି କରିବାକୁ ଅସମର୍ଥ ଏବଂ ଏହା ଆମେରିକା ଦ୍ବାରା କବଳିତ ବୋଲି କହିଛନ୍ତି ପୁଟିନ । ଗତବର୍ଷ ଘଟିଥିବା ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ବିସ୍ଫୋରଣ ଘଟଣାର ତଦନ୍ତ ପ୍ରକ୍ରିୟାରେ ଜର୍ମାନୀ ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସହଯୋଗ କରୁ ନଥିବା ଜଣାପଡିଛି । ଯାହାକୁ ନେଇ ପୁଟିନ କ୍ଷୁବ୍ଧ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ