Masthead

ଋଷ ଆଗରେ ମୁଣ୍ଡ ନୁଆଁଇଛନ୍ତି ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର: ପୁଟିନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଥମୁନି ଋଷ-ୟୁକ୍ରେନ ଯୁଦ୍ଧ । ସ୍ଥିତି ଜାହିର ପାଇଁ ଜାରି ରହିଛି ସଂଘର୍ଷ । ଋଷ ନିକଟରେ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ମୁଣ୍ଡ ନୁଆଁଇଛନ୍ତି ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁରିଆଟିଆସ୍ଥିତ ଏକ ଆଭିଏସନ କାରଖାନାରେ ଉଦବୋଧନ ଦେଇ ପୁଟିନ କହିଛନ୍ତି-ଭୂରାଜନୈତିକ ଭୂମିକା ଦୃଷ୍ଟିରୁ ନୁହେଁ, ବରଂ ନିଜର ସ୍ଥିତି ଜାହିର କରିବା ଲାଗି ହିଁ ଋଷ ସଂଗ୍ରାମ କରୁଛି । ଋଷ ଯାହା କିଛି କରୁଛି ଦେଶର ଓ ଭବିଷ୍ୟ ପିଢି ଲାଗି ହିଁ କରୁଛି । ଋଷ ବିରୋଧରେ ଯୁଦ୍ଧ ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ବ୍ୟବହାର କରୁଛନ୍ତି ବୋଲି ପୁଟିନ କହିଛନ୍ତି ।

ପାଶ୍ଚାତ୍ୟ ରାଷ୍ଟ୍ରର ଅର୍ଥନୈତିକ କଟକଣା କାରଣରୁ ସେ ଚିନ୍ତିତ ଅଛନ୍ତି ବୋଲି ସେ କହିଛନ୍ତି । ଅର୍ଥନୈତିକ କଟକଣା ଜାରି କରିବା ପରେ ଋଷର କାରଖାନା ବନ୍ଦ ହୋଇଯିବା ସହ ବେକାରୀ ବଢିବ ଏବଂ ଅର୍ଥନାତିକ ସଂକଟ ଘନୀଭୂତ ହେବ ବୋଲି ଶତ୍ରୁରାଷ୍ଟ୍ରମାନେ ଆଶା କରୁଥିଲେ । ସେପଟେ ଜର୍ମାନୀ ସ୍ବାଧୀନ ଭାବେ କିଛି କରିବାକୁ ଅସମର୍ଥ ଏବଂ ଏହା ଆମେରିକା ଦ୍ବାରା କବଳିତ ବୋଲି କହିଛନ୍ତି ପୁଟିନ । ଗତବର୍ଷ ଘଟିଥିବା ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ବିସ୍ଫୋରଣ ଘଟଣାର ତଦନ୍ତ ପ୍ରକ୍ରିୟାରେ ଜର୍ମାନୀ ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସହଯୋଗ କରୁ ନଥିବା ଜଣାପଡିଛି । ଯାହାକୁ ନେଇ ପୁଟିନ କ୍ଷୁବ୍ଧ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ