Masthead

ଜମି ଦୁର୍ନୀତି ମାମଲା, ସିବିଆଇରେ ହାଜର ହେବେ ତେଜସ୍ୱୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ୨୫ରେ ସିବିଆଇରେ ହାଜର ହେବେ ତେଜସ୍ୱୀ ଯାଦବ । ଜମି ଦୁର୍ନୀତି ମାମଲାରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ସିବିଆଇରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ତେଜସ୍ୱୀଙ୍କୁ ସମନ ଜାରି କରିଛନ୍ତି । ସିବିଆଇ ସମନ ଉପରେ ରୋକ ଲଗାଇବାକୁ ସେ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ । ଏହି ମାମଲାରେ ଚଳିତ ମାସରେ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା ପାଇଁ ସିବିଆଇ ନୋଟିସ ଦେଇଥିଲା।

ମାର୍ଚ୍ଚ ୧୪ରେ ତୃତୀୟ ଥର ପାଇଁ ସିବିଆଇର ପଚରାଉଚରାକୁ ଆସିନାହାଁନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୪ ଏବଂ ମାର୍ଚ୍ଚ ୧୧ରେ ପଚରାଉଚରା ପାଇଁ ଅଧିକାରୀଙ୍କ ନିକଟରେ ହାଜର ହୋଇ ନ ଥିଲେ ତେଜସ୍ୱୀ ଯାଦବ । ଯାହା ପରେ ମାର୍ଚ୍ଚ ୧୪ରେ ତାଙ୍କୁ ଡକାଯାଇଥିଲା। ସିବିଆଇର ସମନ ପାଇବା ପରେ ଦିଲ୍ଲୀ ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା ନ କରିବାକୁ ଅନୁରୋଧ କରିଥିଲେ ତେଜସ୍ୱୀ ଯାଦବ । ବିଧାନସଭା ଅଧିବେଶନ ଚାଲିଥିବାରୁ ଏପ୍ରିଲ ୫ ପରେ ଡାକିବାକୁ କହିଥିଲେ । ପୂର୍ବରୁ ଦିଲ୍ଲୀ ସ୍ପେଶାଲ ରାଉସ ଆଭେନ୍ୟୁ କୋର୍ଟ ଆରଜେଡି ନେତା ତଥା ପୂର୍ବତନ ରେଳମନ୍ତ୍ରୀ, ଲାଲୁ ଯାଦବ, ରାବ୍ରୀ ଦେବୀ ଓ ଝିିଅ ମିସାଙ୍କୁ ଜାମିନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ