Masthead

ଅକଳରେ ଅପରାଜିତା, ଅଫିସ ସିଲ୍

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଢ଼ଙ୍ଗୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । କୋଭିଡ ନିୟମ ଭାଙ୍ଗିବା ହେଲା ମହଙ୍ଗା । ନିଜେ ନିୟମ ଭାଙ୍ଗି ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଥିଲେ ସାଂସଦ । ରାଜ୍ୟ ସରକାର ତାଙ୍କ କଥାକୁ ଗୁରୁତ୍ୱ ଦେଇ ବିଧାୟକଙ୍କ ନାମରେ ମାମଲା କରିଦେଲେ । ଏବେ ଅପରାଜିତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କ ଅଫିସକୁ ସିଲ କରିଦେଇଛି ବିଏମସି ।

ଉଦଘାଟନୀ କାର୍ଯ୍ୟକ୍ରମ ହେଉ ବା ସ୍ୱାଗତ ସମାରୋହ କିମ୍ବା ସାମ୍ବାଦିକଙ୍କୁ ସମ୍ବୋଧନ ହେଉ, ବିଗତ ଦିନରେ ବାରମ୍ବାର କୋଭିଡ ନିୟମକୁ ଭାଙ୍ଗିଛନ୍ତି ସାଂସଦ ଅପରାଜିତା । ଏନେଇ ତାଙ୍କ ଆଡ଼କୁ ଅଙ୍ଗୁଳି ବି ଉଠିଛି । ହେଲେ ଅମାନିଆ ସାଂସଦ ପୁଣି ଥରେ କୋଭିଡ ନିୟମକୁ ଖେଳ କରିଛନ୍ତି । ନିଜର ଜନ୍ମଦିନ ଭୋଜି ଦେଇ ବେଶ ନାଚଗୀତରେ ମତୁଆଲା କରାଇଛନ୍ତି କର୍ମୀ ମାନଙ୍କୁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ଗୃହମନ୍ତ୍ରୀ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଅପରାଜିତାଙ୍କୁ ସମ୍ଭାଳିବାକୁ କହିଥିଲେ ।

ଏହାପରେ ଅପରାଜିତା ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ । ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ କୋଭିଡ୍ ପଜିଟିଭ୍ ଥିବା ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ, ସେ କ୍ଷେତ୍ରରେ ସରକାର ଚୁପ କାହିଁକି? କି ପଦକ୍ଷେପ ନେଇଛନ୍ତି ବୋଲି ପଚାରିଥିଲେ ଅପରାଜିତା ।

ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ୫ ତାରିଖଠାରୁ ଅଭିଯୋଗ ହୋଇଥିଲେ ମଧ୍ୟ ନୀରବ ଥିବା ରାଜ୍ୟ ସରକାର ଅପରାଜିତାଙ୍କ ସମାଲୋଚନା ପରେ ଚେଇଁ ପଡ଼ିଥିଲେ । ତାଙ୍କ ପ୍ରଶ୍ନ ପରେ ପୋଲିସ ବିଧାୟକଙ୍କ ନାମରେ ମାମଲା ରୁଜୁ କରିଦେଲା । ଅପରାଜିତାଙ୍କ ପ୍ରଶ୍ନର ସିଧା ଜବାବ ଦେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

କେବଳ ସେତିକିରେ ସରିଲାନି ରାଜନୀତି । ଏବେ ଟାର୍ଗେଟ ଅପରାଜିତା । ଅପରାଜିତାଙ୍କୁ ଅକଳରେ ପକାଇବାକୁ କ୍ଷେତ୍ର ପ୍ରସ୍ତୁତି ଚାଲିଛି । ଆଜି ସକାଳୁ ଏଏନଏମ, ଅଙ୍ଗନୱାଡ଼ି କର୍ମୀମାନେ ଏକଜୁଟ ହୋଇ ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି, ରାଜନେତାମାନେ କୋଭିଡ କଟକଣାକୁ ମାନୁନାହାନ୍ତି । ତେଣୁ ପଦକ୍ଷେପ ନିଆଯାଉ । ଏହି ଅଭିଯୋଗ ମିଳୁମିଳୁ ବିଏମସି ପକ୍ଷରୁ ତାଙ୍କ ଅଫିସକୁ ସିଲ୍ କରିଦେଇଛି । ୧୫ ଦିନ ପାଇଁ ସିଲ୍ କରିବାକୁ କୁହାଯାଇଛି ।

ରାଜଧାନୀରେ କୋଭିଡ ନିୟମ ଭାଙ୍ଗିବାରେ ଅପରାଜିତାଙ୍କ ନାମ ଆଗ ଆସୁଥିବା ବେଳେ ଏହା ପଛକୁ ଆସୁଛି ବିଧାୟକ ସୁର ରାଉତରାୟଙ୍କ ନାମ । ବାରମ୍ବାର ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ଦେଖାଉଥିବା ଏହି ନେତା ଏବେ ଟାର୍ଗେଟରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ