Masthead

 ବଞ୍ଚିବାର ରାହା ଯୋଗାଉଛି ରଙ୍ଗ ଆଉ ତୁଳୀ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଖେଳନା ଧରିବା ବୟସରେ ତାଙ୍କ ହାତ ରଙ୍ଗ ତୁଳୀକୁ ସ୍ପର୍ଶ କରିଛି । ଅଜାଣତରେ ରଫଖାତା ପୃଷ୍ଠାରେ ଆଙ୍କିତ ଅନେକ ଛବି ସତେ ଯେପରି କଥା କହୁଛନ୍ତି । ବଞ୍ଚିବାର ରାହା ଯୋଗାଉଛି ରଙ୍ଗ ଆଉ ତୁଳୀ । ବିଶ୍ୱ ଦେଖୁଛି ତାଙ୍କ କଳା କାରିଗରି ।  ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ପଂଚାୟତ ସୁରିସଡିହ ଗ୍ରାମର ଗୋପାଳ ସାମଲ କଥା । ଖଣ୍ଡ ବିଖଣ୍ଡିତ ଚକ୍ ହେଉ ଅବା ଫାଇବର । ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠନ୍ତି । ସହରି ସଭ୍ୟତାଠୁ ଗାଁ ଚଳଣି । ଦେବଦେବୀଙ୍କ ମୂର୍ତ୍ତିଠୁ ଭାରତମାତାର ପ୍ରତିମୂର୍ତ୍ତିର ଆକର୍ଷଣ ଅନ୍ୟନ୍ୟ । ଗାଁ ଚାଟଶାଳିରୁ ଆମେରିକା ଯାଏ ସାରା ବିଶ୍ୱ ଦେଖିଛି ତାଙ୍କ କାରିଗରି ।

ରୁଷ ଓ ୟୁକ୍ରେନ ମଧ୍ୟରେ  ଲାଗିରହିଥିବା ଯୁଦ୍ଧ ରୋକିବାକୁ ତାଙ୍କର ବାଲୁକାଚିତ୍ର  ସାରା ବିଶ୍ବକୁ ଚକିତ କରିଦେଇଛି । ଚାଟଶାଳି ଶିକ୍ଷକ ନନ୍ଦ ସାର, ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା ମିହିର ଦାସ, କଣ୍ଠଶିଳ୍ପୀ ଲତା ମଙ୍ଗେସକର, ସ୍ୱାମୀ ବିବେକାନନ୍ଦ ଓ ସୁଭାଷ ବୋଷଙ୍କର ଚକ୍ଖଡିରେ ମୂର୍ତ୍ତି ନିର୍ମାଣ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ସେ ଆମେରିକାରେ ଓଡ଼ିଶାର କଳାକୁ ବଞ୍ଚାଇ ରଖିବା ପାଇଁ ଚଳାଇଛନ୍ତି ଉଦ୍ୟମ ।  ସୋରିଷ ଢିଅ ଗ୍ରାମର ରତ୍ନାକର ସାମଲଙ୍କ ପୁଅ ଗୋପାଳ ସାମଲ । ପିଲାବେଳୁ କଳାକୁ ଆପଣେଇ ଥିବା ଗୋପାଳ ଏବେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

କାନାଡ଼ା, ଇଂଲଣ୍ଡ, ନେଦରଲ୍ୟାଣ୍ଡ, ସୁରିମନ ପ୍ରଭୃତି ଦେଶ ଦେଖିଛି ଗୋପାଳଙ୍କ କାରିଗରି ।  ପଞ୍ଜାବ, ଗୁଜରାଟ, ହରିୟାଣା, ଉତ୍ତରାଖଣ୍ଡ, ୟୁପି ଓ ହରିଦ୍ୱାରରେ ମୂର୍ତ୍ତି ତିଆରି କରି ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି ସେ ।  ନିକଟରେ ଆମେରିକା ପାଇଁ ୪୦୦ ଭାରତମାତା ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଗୋପାଳ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ କିଛି ଯୁବ କଳାକାରମାନଙ୍କୁ ମଧ୍ୟ ଏଇ ମୂର୍ତ୍ତି କାର୍ୟ୍ୟରେ ଲଗାଇଛନ୍ତି ଗୋପାଳ  । ସେମାନେ ମଧ୍ୟ ବେଶ ଦୁଇ ପଇଶା ରୋଜଗାର କରି ସ୍ୱାବଲମ୍ବୀ । ନିଜ ପରିବାର ପ୍ରତିପୋଷଣ କରି ବେଶ ଖୁସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା