Masthead

ଉପଭୋକ୍ତଙ୍କ ପାଇଁ ସ୍ୱର ଉଠାଇଲା ଆପ୍

ପୁରୀ (ବଡ଼ ଖବର ବ୍ୟୁରୋ): ବିଜୁଳି କାଟ ଓ ଉପୋଭୋକ୍ତାଙ୍କୁ ଲୁଟ ଅଭିଯୋଗରେ ସ୍ୱର ଉଠାଇଲା ଆପ୍ । ପୁରୀରେ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ସରକାର । ବେସରକାରୀ କମ୍ପାନୀ କୁ ଆଗରେ ରଖି ଖରାଦିନେ ବିଜୁଳି କାଟ କରି ବିଜେଡି ସରକାର ଲୋକଙ୍କୁ ନାହିଁ ନଥିବା ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରି ଆମ ଆଦମୀ ପାର୍ଟି ଏକ ପ୍ରେସ ବିବୃତି ଜାରି କରିଛି । ଆମ୍ ଆଦମୀ ପାର୍ଟି ତରଫରୁ କିଛି ମାସ ପୂର୍ବରୁ ପୁରୀରେ ଲଗାତାର ଆନ୍ଦୋଳନ ହୋଇଥିଲା ।

ଅତିକମରେ ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଦାବି କରି ଆସୁଛି ଆପ୍ କିନ୍ତୁ ସରକାର କୌଣସି ପ୍ରକାର ପଦକ୍ଷେପ ନେଉନଥିବା ବେଳେ ବାକିଥିବା ବିଜୁଳି ବିଲ୍ ଆଳରେ ପୁରୀ ସହରରେ ଅସହାୟ ଲୋକଙ୍କ ବିଜୁଳି କାଟ କରୁଥିବା ଅଭିଯୋଗ କରିଛି ଆପ୍ । ବାରମ୍ବାର ବିଜୁଳି ଦର ବଢ଼ିବାରୁ ଲୋକ ମାନଙ୍କୁ ବର୍ଦ୍ଧିତ ଦର ଦେବା ରେ ସକ୍ଷମ ହେଉନାହାନ୍ତି । ପୁରୀ ର ବିଜୁଳି ସମସ୍ୟା ବିଷୟରେ ବାରମ୍ବାର ଅଭିଯୋଗ ଆମ୍ ଆଦମୀ ପାର୍ଟିକୁ ଆସୁଛି । ଆମ୍ ଆଦମୀ ପାର୍ଟି ‘ବିଜୁଳି ଆମ ଅଧିକାର’ କ୍ୟାମ୍ପେନ୍ ମାଧ୍ୟମରେ ଅସହାୟ ପରିବାରରେ ବିଜୁଳି ସଂଯୋଗ କରାଯାଇଛି । ଏହି ପ୍ରେସ କନଫରେନ୍ସରେ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି, ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି, ପୁରୀ ପୌରପାଳିକା ଅଧକ୍ଷ ରାକେଶ ନନ୍ଦ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି