Masthead

ଓଡ଼ିଶାରେ ଶକ୍ତିଶାଳୀ ହେଉଛି ବିଆରଏସ୍

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଛି ନିର୍ବାଚନ । ସମୟ ବହୁତ କମ୍ । ସଂଗଠନ ଗଢ଼ିବାକୁ ହେବ । ଓଡ଼ିଶାରେ ବିଆରଏସ୍ ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗୁଛି । ବିଭିନ୍ନ ଦଳର ନେତା ଓ କର୍ମୀ ଏହି ଦଳରେ ସାମିଲ ହେଉଛନ୍ତି । ଓଡ଼ିଶାରେ ନିଜର ପତିଆରା ଜାହିର କରିବା ପାଇଁ ଗତ ୧୯ ତାରିଖରେ ଭୁବନେଶ୍ୱରରେ ହୋଇଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଜୟରାମ ପାଙ୍ଗୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଗିରିଧର ଗମାଙ୍ଗ । ଏଥିରେ ଦଳର ଛାମୁଆ ସଙ୍ଗଠକମାନେ ଯୋଗ ଦେଇ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ ।

ବିଆରଏସ୍ ଆଗକୁ ବଢ଼ିବ । କାୟା ବିସ୍ତାର କରିବ । ତୃଣମୂଳ ସ୍ତରର କର୍ମୀଙ୍କୁ ଦଳରେ ସାମିଲ କରିବ । ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପରିଶେଷରେ ଗଢ଼ା ହୋଇଥିଲା ଏକ କମିଟି । ସଭ୍ୟ ସଂଗ୍ରହ ଓ ଦଳରେ ନେତାଙ୍କ ଯୋଗ ଦାନ ଉପରେ କମିଟି କାର୍ଯ୍ୟ କରିବ । ସମଗ୍ର ଓଡ଼ିଶାରୁ ନେତା ଓ କର୍ମୀ ସଂଗ୍ରହ କରାଯିବ । ସଭ୍ୟ ସଂଖ୍ୟା ଯେପରି ଅଧିକ ହୁଏ ସେ ଦିଗରେ କାର୍ଯ୍ୟ କରାଯିବ ବୋଲି ନବ ଗଠିତ କମିଟି ନିଷ୍ପତ୍ତି ନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ