Masthead

ପୁଟିନଙ୍କୁ ଭେଟିବେ ଜିନପିଙ୍ଗ୍, ଯୁଦ୍ଧରେ ଲାଗିପାରେ ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧ ବର୍ଷରୁ ଅଧିକ ସମୟ ବିତିଲାଣି । ଏବେ ବି କୌଣସି ପ୍ରକାର ସମାଧାନର ରାସ୍ତା ବାହାରି ପାରିନାହିଁ। ଏଭଳି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ରୁଷ୍‌ ଗସ୍ତରେ ଯିବେ। ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଜିନପିଙ୍ଗ ରୁଷ୍‌ ଗସ୍ତ କରିବେ ବୋଲି ଉଭୟ କ୍ରେମଲିନ୍ ଏବଂ ଚୀନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯୁଦ୍ଧରେ ପୂର୍ଣ୍ଣଛେଦ ପକାଇବା ପାଇଁ ଚୀନ ପକ୍ଷରୁ ଗତମାସରେ ଶାନ୍ତି ସମ୍ବଳିତ ୧୨ ଦଫା ପ୍ରସ୍ତାବ ରଖାଯାଇଥିଲା।

ଏଥିସହିତ ଗତକାଲି ଚୀନର ବିଦେଶ ମନ୍ତ୍ରୀ କ୍ୟୁଇନ ଗ୍ୟାଙ୍ଗ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ଦିମିତ୍ରି କୁଲେବାଙ୍କ ସହିତ ଫୋନରେ ଶାନ୍ତି ପାଇଁ ଆଲୋଚନା କରିଥିଲେ। ଏହାପରେ ଜିନପିଙ୍ଗଙ୍କ ମସ୍କୋ ଗସ୍ତ କିଛିଟା ସକାରାତ୍ମକ ଫଳ ଆଣିବ ବୋଲି ଆଶା କରାଯାଉଛି। ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନିଂ ଶୁକ୍ରବାର କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆମନ୍ତ୍ରଣ କ୍ରମେ ଜିନପିଙ୍ଗ୍ ଚଳିତମାସ ୨୦ରୁ ୨୨ ତାରିଖ ପର୍ୟ୍ୟନ୍ତ ମସ୍କୋ ଗସ୍ତରେ ଯିବେ। ଦୁଇ ଦେଶ ମଧ୍ୟରେ ସହଯୋଗିତାକୁ ଅଧିକ ମଜଭୁତ କରିବା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ଏହି ଗସ୍ତ ସମୟରେ ଆଲୋଚନା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!