Masthead

ବିରୋଧୀ ଦଳ ବୈଠକ, ବିଜେପିକୁ ପରାସ୍ତ କରିବାକୁ ହେବ ରଣନୀତି

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): ଆଜି ବେଙ୍ଗାଲୁରୁରେ ହେବ ବିରୋଧୀ ଦଳ ବୈଠକ । ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଓ ଶାସନ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଆଜି ୨୬ ବିରୋଧୀ ଦଳକୁ ନେଇ ହେବ ବୈଠକ । ବିରୋଧୀ ଦଳ ବୈଠକର ନେତୃତ୍ୱ ନେବ କଂଗ୍ରେସ । ଆଜିଠୁ ଦୁଇ ଦିନ ଧରି ବେଙ୍ଗାଲୁରରେ ହେବାକୁ ଥିବା ବିରୋଧୀ ବୈଠକରେ ଆପ୍ ଯୋଗଦେବ ବୋଲି ସ୍ପଷ୍ଟ କରିଛି ।ପୂର୍ବରୁ ବିହାର ପାଟନାରେ ବିରୋଧିଙ୍କ ବୈଠକ ହୋଇଥିଲା । ବୈଠକରେ ୧୫ଟି ଦଳର ୩୦ରୁ ଅଧିକ ନେତା ଯୋଗଦେଇଥିଲେ ।

ଆଜି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମଳିଛି । ତେବେ ମମତାଙ୍କ ହସ୍ତକ୍ଷେପ ଯୋଗୁ ଆଜି କଂଗ୍ରେସ ଏବଂ ଆପ୍ ମଧ୍ୟରେ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଲାଗିରହିଥିବା ବିବାଦର ସମାଧାନ ହୋଇଥିବା କୁହାଯାଉଛି । ବୈଠକରେ ୨୦୨୪ ନିର୍ବାଚନରେ ଲୋକସଭା ଆସନ ଭାଗବଂଟା ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ସେହିପରି ଆସନ୍ତା କାଲି ହେବ ବିଜେପି ଏବଂ ଏନଡିଏ ସହଯୋଗୀ ଦଳମାନଙ୍କ ବୈଠକ । ଏଥିରେ ୩୦ ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ