Masthead

ଅର୍ଥମନ୍ତ୍ରୀଙ୍କୁ କଂଗ୍ରେସ ସାଂସଦଙ୍କ ଚିଠି, ପୂର୍ବତନ ସାଂସଦଙ୍କୁ ଦିଆନଯାଉ ପେନସନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୂର୍ବତନ ସାଂସଦଙ୍କୁ ପେନସନ୍ ଦିଆନଯାଉ । ଅର୍ଥମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖିଛନ୍ତି କଂଗ୍ରେସ ସାଂସଦ । ମହାରାଷ୍ଟ୍ର କଂଗ୍ରେସ ସାଂସଦ ବାଲୁ ଧନୋରକର ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଚିଠୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଧନୋରକର କହିଛନ୍ତି ଦେଶର ପୂର୍ବତନ ସାଂସଦ ମାନଙ୍କୁ ମିଳୁଥିବା ପେନସନ୍ ବନ୍ଦ କରି ଦିଆଯିବା ଉଚିତ । ଯେଉଁମାନେ ଆର୍ଥôକ ଭାବେ ବେଶ୍ ସ୍ୱାଚ୍ଛନ୍ଦ୍ୟ, ରାଜକୀୟ ଜୀବନ ଯାପନ କରୁଛନ୍ତି ସେମାନଙ୍କ ପେନସନ ବନ୍ଦ କରି ଦିଆଯିବା ଉଚିତ ବୋଲି କହିଛନ୍ତି ବାଲୁ ଧନୋରକର ।

ତଥ୍ୟ ଅନୁସାରେ, ଦେଶର ଲୋକସଭା ଓ ରାଜ୍ୟସଭାର ମୋଟ ୪ହଜାର ୭୯୬ ଜଣ ପୂର୍ବତନ ସାଂସଦ ଏବେ ପେନସନ ନେଉଛନ୍ତି । ସେମାନଙ୍କ ପେନସନ ପାଇଁ ପ୍ରତିବର୍ଷ ରାଜକୋଷରୁ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟ ହେଉଛି । ଗୃହରେ ଏଭଳୀ ୩୦୦ ପୂର୍ବ ସାଂସଦ ଅଛନ୍ତି ଯେଉଁମାନଙ୍କର ପରଲୋକ ହୋଇସାରିଥିବା ସତ୍ତ୍ୱେ ସେମାନଙ୍କ ପରିବାରକୁ ଫ୍ୟାମିଲି ପେନସନ୍ ମିଳୁଛି । ଧନୋରକର ଚିଠିରେ ଲେଖିଛନ୍ତି ଯେଉଁ ସାଂସଦ କିମ୍ବା ସେମାନଙ୍କ ପରିବାର ଆର୍ଥିକ ସ୍ତରରେ ସମ୍ବଳ ହୋଇପାରିନାହାଁନ୍ତି ସେମାନଙ୍କୁ ପେନସନ ଦେବାରେ କୌଣସି ସମସ୍ୟା ନାହିଁ । ୩୦ ପ୍ରତିଶତ ଆୟକର ରିଟର୍ଣ୍ଣ ଫାଇଲ କରୁଥିବା ସାଂସଦ ମାନଙ୍କର ପେନସନ ବନ୍ଦ ପାଇଁ ସେ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା