Masthead

ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ

‘ୟୋଗା ଆଟ ହୋମ, ୟୋଗା ୱିଥ ଫ୍ୟାମିଲି’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ୱକୁ ଭାରତର ଏକ ଅମୂଲ୍ୟ ଅବଦାନ ହେଉଛି ଯୋଗ । ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ବିଶ୍ୱ ଯୋଗ ଦିବସ’ ଭାବରେ ପାଳନ କରାଯାଏ । ୨୦୧୫ରେ ମିଳିତ ଜାତିସଂଘରେ ଯୋଗ ଦିବସ ପାଳନ କରିବାକୁ ଭାରତ ସରକାର ଦେଇଥିବା ପ୍ରସ୍ତାବକୁ ଅନୁମତି ମିଳିଥିଲା । ସେହି ବର୍ଷ ଜୁନ ୨୧କୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଗଲା । ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ଦ୍ୱାରା ଏକାଗ୍ରତା ବଢ଼ିଥାଏ । ଜଣେ ନିରୋଗ ରହିବା ପାଇଁ ଉତ୍ତମ ମାଧ୍ୟ ହେଉଛି ଯୋଗ ।

ତେବେ ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି ‘ଘରେ ଯୋଗ, ପରିବାର ସହିତ ଯୋଗ’ । ଅର୍ଥାତ ମହାମାରୀ ନିୟମ ପାଳନ କରି ସମ୍ପୂର୍ଣ୍ଣ ପରିବାର ସହ ଯୋଗ କରନ୍ତୁ । ପ୍ରତିବର୍ଷ ଯୋଗ ଦିବସରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ଯୋଗ ଦିବସ ପାଳନ କରିଥାନ୍ତି । କିନ୍ତୁ କରୋନା ମହାମାରୀ ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଲୋକମାନେ କଟକଣା ମଧ୍ୟରେ ଘରେ ରହି ଯୋଗ କରୁଛନ୍ତି । ତେବେ କରୋନା କାଳରେ ଯୋଗ କରିବା ସମସ୍ତଙ୍କ ପାଇଁ ସଞ୍ଜିବନୀ ସଦୃଶ । ତେଣୁ ଏହି ସମୟରେ ଯୋଗର ଉପକାରିତା ନେଇ ଯେତେ ଜନ ସଚେତନତା ସୃଷ୍ଟି କରାଯାଇ ପାରିବ ତାହା ସେତେ ଭଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା