Masthead

ରୁକୁଣା ରଥ ନିର୍ମାଣରେ ବିଭ୍ରାଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଶାସନିକ ଅବହେଳାରୁ ଲିଙ୍ଗରାଜ ରଥ ନିର୍ମାଣରେ ବିଭ୍ରାଟ । ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ରଥଯାତ୍ରାକୁ ରହିଲା ଆଉ ମାତ୍ର ୧୦ ଦିନ । ରୁକୁଣା ରଥ ଟଣା ହେବା ନେଇ ଅନିଶ୍ଚିତତା ଲାଗିରହିଛି । ମାତ୍ର ୧୦ ଦିନ ଭିତରେ ରଥକାମ କିପରି ଶେଷ ହେବ ସେଥିପାଇଁ ଭକ୍ତ ଓ ସେବାୟତଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଛି । ନିୟମ ଅନୁସାରେ ଦୋଳ ପୂର୍ଣ୍ଣିମାର ୮ ଦିନ ପୂର୍ବରୁ ରଥ କାମ ଆରମ୍ଭ ହେବା କଥା । ଦୋଳବେଦୀକୁ ଠାକୁର ଗଲା ବେଳେ ରଥ ଦେଖିକି ଯିବାର ପରମ୍ପରା ରହିଆସିଛି ।

ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସୁଦ୍ଧା ରଥକାଠ ପହଞ୍ଚିପାରୁନି । ରଥର ଚାରିଚକ ତିଆରି ହୋଇସାରିଥିଲେ ବି ଏବେ ଯାଏଁ ଅଖକାଠ ପହଞ୍ଚି ପାରୁନି । ରଥଖଳାରେ ପ୍ରାୟ ୬୫ଜଣ କାରିଗର ଲାଗିଛନ୍ତି । ଗାଁ ମହାରଣା ୧୫ ଜଣ, ପାଳିଆ ୫ଜଣ ଓ ମୁଖ୍ୟ ମିସ୍ତ୍ରୀ ଜଣେ କାମରେ ଲାଗିଛନ୍ତି । ତେନ୍ତୁଳି କାଠରେ ଅଖକାଠ ଦୁଇଟି ପ୍ରସ୍ତୁତ ହୁଏ । ଯାହାକି ଦଶପଲ୍ଲା, ଖଣ୍ଡପଡ଼ା ପାଖରୁ ଆସେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କାଠ ପହଞ୍ଚି ନଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ମହାରଣା ସେବାୟତ ଓ ମୁଖ୍ୟ ମିସ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା