Masthead

ପଥର କ୍ୱାରୀର ଗୁମର କଥା, ମାଲିକ ପାଳୁନାହାନ୍ତି ଏକ୍ସପ୍ଲୋସିଭ ଗାଇଡଲାଇନ

ରାୟଗଡା, (ବଡ଼ ଖବର ବ୍ୟୁରୋ): ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି ପଥର କ୍ୱାରୀର ଗୁମର କଥା । ପ୍ରଶାସନ-ମାଲିକ ମଧୁଚନ୍ଦ୍ରିକାରେ ଚାଲିଛି ବେଧଡକ ପଥର ଫୁଟା । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା, ଏବଂ ମାଲିକମାନେ କ୍ୱାରୀରେ ଏକ୍ସପ୍ଲୋସିଭ ଗାଇଡଲାଇନକୁ ପାଳନ କରୁନଥିବାରୁ ଏଠାରେ କାମ କରୁଥିବା ଶ୍ରମିକଙ୍କ ଜୀବନ ବାଜିରେ ଲାଗୁଛି । ଜିଲ୍ଲାକୁ କେତେ ପରିମାଣରେ ବିିସ୍ଫୋରକ ଆସୁଛି, କେଉଁ ରାସ୍ତା ଦେଇ ଆସୁଛି ଏପରିକି କେଉଁଠି ଗଚ୍ଛିତ କରାଯାଉଛି ତାହାର ହିସାବ ରଖୁନି ଜିଲ୍ଲା ପ୍ରଶାସନ । ବିଡମ୍ବନାର କଥା କ୍ୱାରୀରେ ବିିସ୍ଫୋରଣ ସମୟରେ ଯେଉଁସବୁ ଗାଇଡଲାଇନ ପାଳନ କରାଯିବା କଥା, ସେସବୁ ମାଲିକମାନଙ୍କ ପାଇଁ କବେଳ କାଗଜ ବାଘ । ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଏକମାତ୍ର ଆନୁଗତ ବୋଲାଇ ବେଧଡକ ଭାବେ ବେଆଇନ କାର୍ଯ୍ୟ ଚଳାଇଛନ୍ତି କ୍ୱାରୀ ମାଲିକ ।

ରାୟଗଡା ଜିଲାରେ ୪୬ଟି ପଥର କ୍ୱାରୀ ରହିଛି । ମାତ୍ର ବଡ ବଡ ପାହାଡକୁ ଫଟାଇବାକୁ ଆବଶ୍ୟକ ବିିସ୍ଫୋରକର ଠିକ ତଥ୍ୟ ରଖୁନି ଜିଲ୍ଲା ପ୍ରଶାସନ । ଏହି ବିିସ୍ଫୋରକ କେଉଁଠୁଁ ଆସୁଛି, କେତେ ପରିମାଣର ଆସୁଛି ଏବଂ ଏହାକୁ ଗଚ୍ଛିତ ରଖିବାର ସ୍ଥାନ କେତେ ନିରାପଦ ତା’ର ହିସବ ନାହିଁ । ସୀମାନ୍ତ ଫାଟକ ଠାରୁ ପୁଲିସ ନିଜ ହେପାଜତରେ ବିିସ୍ଫୋରକ ଗାଡିକୁ ଗନ୍ତବ୍ୟ ସ୍ଥଳରେ ପହାଁଇବା ପାଇଁ ଗାଇଡଲାଇନ ଥିଲେ ସୁଦ୍ଧା ତାହା ପାଳନ ହେଉନାହିଁ । ଅନ୍ୟପଟେ ବିସ୍ଫୋରଣ ପୂର୍ବରୁ ପୁଲିସକୁ ସୂଚିତ କରାଯିବା ନୀୟମ ମଧ୍ୟ ରହିଛି । ପୋଲିସ ଉପସ୍ଥିତିରେ କ୍ୱାରୀର ଚାରିପଟେ ନାଲି ପତାକା ପୋତିବା ସହ ହାତରେ ନାଲି ବାନା ଧରି ସଚେତନ କରିବାର ନୀୟମ ଥିଲେ ସୁଦ୍ଧା ଏହା ପାଳନ ହେଉନାହିଁ ।

୩ ଦଶନ୍ଧି ଧରି ଜିଲ୍ଲାର ଚାନ୍ଦିଲି, ରାୟଗଡା, ଗୁଣପୁର, ପଦ୍ମପୁର, ବିଷମକଟକ, କାଶୀପୁର ଆଦି ଥାନା ଅଧୀନରେ ବେଧଡକ ବିିସ୍ଫୋରଣ କରି ବଡ ବଡ ପାହାଡକୁ ଧରାଶାୟୀ କରିଚାଲିଛନ୍ତି ମାଫିଆ । ବିିସ୍ଫୋରଣର ଠିକ ତଥ୍ୟ ରଖିବା ସହ କେତେ ବିିସ୍ଫୋରକ ଅଫୁଟା ରହିଛି ତାର ହିସାବ ରହୁନଥିବା କାରଣରୁ ପରବର୍ତ୍ତୀ ସମୟରେ ବିିସ୍ଫୋରଣ ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଛି । କିଛିଦିନ ତଳେ ଚାନ୍ଦିଲି ଥାନା ଗୁଆକଣା ପଥର କ୍ୱାରୀ ନିକଟରେ ଦୁଇଜଣ ଗାଇଚରାଳି ଛୋଟ ଛୋଟ ଶିଶୁ ପଡିଥିବା ଜିଲୋଟିନ ସଂସ୍ପର୍ଷରେ ଆସିଥିଯିବାରୁ ବିସ୍ଫୋରଣ ଘଟିଥିଲା । ଜଣଙ୍କ ଆଖି ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ହାତ ନଷ୍ଟ ହୋଇଯାଇଛି । ଏହି ମାମଲାରେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନଥିବା କହି ମାମଲାକୁ ସେଇଠି ଛାଡିଦେଲା ପୋଲିସ । ଏପରିକି ଏହି ଜିଲେଟିନ କେଉଁଠୁ ଆସିଲା ତାହାର ତର୍ଜମ ମଧ୍ୟ କଲାନାହିଁ । ରାଜସ୍ୱ ପାଇବା ଆଶାରେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନୀରବରେ ବସିରହିଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ବାଜି ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍