Masthead

ଅମୃତପାଲ୍ ସିଂ ଗିରଫ, ପଞ୍ଜାବରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ଅମୃତପାଲ୍ ସିଂ ଗିରଫ । ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଗିରଫ । ଏହାସହ ଅମୃତପାଲଙ୍କ ଏକାଧିକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପଞ୍ଜାବ ପୋଲିସ । ଅମୃତପାଲଙ୍କୁ ଗିରଫ କରିବାକୁ ପଞ୍ଜାବ ପୋଲିସ ଆରମ୍ଭ କରିଥିଲା ‘ଅପରେସନ ଅମୃତ’ ପୂରା ରାଜ୍ୟର ପ୍ରାୟ ୩ ଶହ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା । ଏଥିପାଇଁ ପୋଲିସର ୫ଟି ଟିମ୍ ଗଠନ କରାଯାଇଥିଲା । ଗିରଫ ପରେ ପଞ୍ଜାବରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।

ଅମୃତଙ୍କ ସମର୍ଥକ ମାନେ ଯେପରି ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ପୋଷ୍ଟ କରିନପାରିବେ ଓ ଏକଜୁଟ ହୋଇ ନପାରିବେ ତାହାକୁ ନଜରରେ ରଖି ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଗତକାଲି ମଧ୍ୟରାତ୍ରରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ରବିବାର ଦିନ ୧୨ଟା ପର୍ୟ୍ୟନ୍ତ ପଞ୍ଜାବରେ ଇଣ୍ଟନେଟ ସେବା ବନ୍ଦ ରଖାଯାଇଛି । ସୂଚନା ଅନୁସାରେ, ଗତମାସ ୨୩ ତାରିଖରେ ଅମୃତପାଲ ଏବଂ ତାଙ୍କ ସମର୍ଥକ ଏକ ଖଣ୍ଡା ଓ ପିସ୍ତଲ ଧରି ଅଜନାଲା ଥାନାରେ ପଶି ଯାଇଥିଲେ । ଜଣେ ସମର୍ଥକଙ୍କୁ ଛଡ଼ାଇବା ପାଇଁ ସେମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ