ଗାଁ ମୁହାଁ ହାତୀ, ବନ ବିଭାଗ ନିଷ୍କ୍ରିୟ

ନରସିଂହପୁର (ବଡ଼ ଖବର ବ୍ୟୁରୋ):  ନରସିଂହପୁରରେ ବ୍ୟାପକ ଜଙ୍ଗଲ ଜଳିଯିବା ପରେ ବନ୍ୟଜନ୍ତୁ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ଗୋଟିଏ ଗୋଠ ଛଡ଼ା ଦନ୍ତା ହାତୀ ନରସିଂହପୁର ଉଭୟ ପୂର୍ବ ଓ ପଶ୍ଚିମ ବନ ବିଭାଗ ଅଞ୍ଚଳର ଚାରୋଟି ଗ୍ରାମରେ ପଶି ବିଭିନ୍ନ ଲୋକଙ୍କ ଫାଟକ ଭାଙ୍ଗି ଧାନ, ଚାଉଳ ଖାଇବା ସହ ଗାଁରେ ପଶି ଆତଙ୍କ ସୃଷ୍ଟି କରିଛି। ବଡ଼ମ୍ବା ଟାଉନ୍, ବଡ଼ଗମିଲ, ନରସିଂହପୁର ପୂର୍ବ ବନ ବିଭାଗ ଅଧିନରେ ଥିବା ମହୁରାଖିଆ ହରିଜନ ସାହି, ନନ୍ଦକିଶୋରପୁର, ପଶ୍ଚିମ ବନବିଭାଗ ଅଧୀନରେ ଥିବା ଜନ୍ତାରିଆ, ବଡଭୂଇଁ, ହାତିବାରି,ଘଣ୍ଟପଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା।

ଗାଁରେ ପଶି ଧାନ ଚାଉଳ ନଷ୍ଟ କରିବା ସହ ଆଖୁ ଫସଲ ନଷ୍ଟ କରିଛି ହାତୀ। ସେହିପରି ଜଙ୍ଗଲରେ ପାଣିର ଅଭାବ ସହିତ ନରସିଂହପୁର ପ୍ରାୟ ଜଙ୍ଗଲ ନିଆଁ ଲାଗି ଜଳିଯିବା ଫଳରେ ଜଙ୍ଗଲ ସମ୍ପଦ ନଷ୍ଟ ହୋଇ ଯିବା ପରେ ବନ୍ୟଜନ୍ତୁ ମାନେ ଖାଦ୍ୟ ଅଭାବ ସହିତ ବାସସ୍ଥାନ ହରାଇ ବର୍ତ୍ତମାନ ଗାଁ ମୁହାଁ ହୋଇଛନ୍ତି। ମାତ୍ର ବନ ବିଭାଗ ପକ୍ଷରୁ ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ସହ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ