Masthead

ନିଜର ଦେଢ଼ ମାସର ଶିଶୁ ପୁତ୍ରକୁ ପାଣିରେ ଫିଙ୍ଗି ଦେଲା ମା

ବାରିପଦା(ବଡ଼ ଖବର ବ୍ୟୁରୋ): ସ୍ନେହ ଶ୍ରଦ୍ଧା ଓ ପ୍ରେମର ଅନ୍ୟ ନାମ ହେଉଛି ମାଁ, କିନ୍ତୁ ବର୍ତ୍ତମାନ ଯୁଗରେ କିଛି ନାରୀ ସେହି ମାଁ ଶବ୍ଦକୁ ବଦନାମ କରିବାକୁ ଲାଗିଛନ୍ତି। ନିଜ ଜନ୍ମକଲା ପୁଅକୁ ପାଣିରେ ଫିଙ୍ଗିଲା ମାଆ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଙ୍କିଡିହି ଗ୍ରାମରେ।

ସେହି ଗ୍ରାମର ସୋଲାଈ ନାଏକଙ୍କ ଦିତୀୟ ସ୍ତ୍ରୀ ପ୍ରଭାତୀ ନାଏକ ଗତକାଲି ନିଜ ପୁଅକୁ ଗାଁ ପାଖରେ ଥିବା ଏକ ନାଳରେ ଫିଙ୍ଗି ଦେଇଥିଲେ ଓ ଗାଁରେ କହିଥିଲେ ତାଙ୍କ ପୁଅ ହଜିଯାଇଛି, ଏନେଇ ପରିବାର ବର୍ଗ ଓ ଗ୍ରାମବାସି ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ, ପରିବାର ଲୋକେ ଥାନାକୁ ଆସି ଅଭିଯୋଗ କରିବା ପରେ ପୋଲିସ ପ୍ରଭାତୀ ନାଏକକୁ ପୋଚରା ଉଚରା କରିଥିଲେ । ପ୍ରଭାତୀ କହିଥିଲେ ତାଙ୍କ ଭାଉଜଙ୍କ ପାଖରେ ଛୁଆକୁ ଛାଡିଛନ୍ତି ।

ପରଦିନ ତାଙ୍କ ଘର ଲୋକ ପ୍ରଭାତୀକୁ ପଚାରିବାରୁ ସେ ନାଳକୁ ନେଇ ପୁଅକୁ ଦେଖେଇଥିଲା । ପରେ ଘଟଣା ସ୍ଥଳରେ ବିଶୋଇ ପୋଲିସ ଓ ସାଇଣ୍ଟିପ ଟିମ୍ ପହଞ୍ଚି ମୃତ ଶିଶୁ ପୁତ୍ରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟକୁ ପଠେଇଥିଲେ। ବିଶୋଇ ପୋଲିସ ପ୍ରଭାତୀ ନାଏକକୁ ଗିରଫ କରି ହତ୍ୟା ମାମଲା ରୁଜୁ କରି ମହିଳାକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଅପରପକ୍ଷରେ କେଉଁ କାରଣରୁ ମହିଳା ଜଣଙ୍କ ନିଜ ଜନ୍ମିତ ପୁତ୍ର ସନ୍ତାନକୁ ହତ୍ୟା କଲେ ତାହା ସଠିକ୍ ଜଣା ପଡ଼ିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା