Masthead

ସଇତାନ ସାଜିଲା ମାଆ, ୬ ଦିନର ଝିିଅକୁ କଲା ହତ୍ୟା

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ସଇତାନ ସାଜିଲା ମାଆ । ନିଜ ଜନ୍ମ କଲା ୬ ଦିନର ଝିଅକୁ କଲା ହତ୍ୟା । ପୋଲିସ ଓ ପରିବାର ଆଗରେ ଛଳନା କରି ଖସିଯିବାକୁ ଉଦ୍ୟମ କରିଥିଲା ପିଶାଚି ମାଆ । କିନ୍ତୁ ପୋଷ୍ଟମଟମ ରିପୋଟ ଖୋଲିଦେଲା ହତ୍ୟାର ଗୁମର । ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅଞ୍ଚଳରେ । ଚଳିତ ମାସ ୫ ତାରିଖ ଦିନ କମର୍ଦ୍ଦା ଥାନା ସିଆଁରୋଇ ଗ୍ରାମରେ ବଳରାମ ପାତ୍ରଙ୍କର ଝିଅର ପୋଖରୀରୁ ମିଳିଥିଲା ମୃତଦେହ । ମାଆ କହିଥିଲା କୌଣସି ଜନ୍ତୁ ଟାଣିନେଇ ପୋଖରୀରେ ପକାଇ ଦେଇଥିଲା। କିନ୍ତୁ ପୋଲିସ ନିଜ ଆଡୁ ମାମାଲା ରୁଜୁ କରି ତଦନ୍ତ କରିଥିଲା।

ପୋଷ୍ଟମଟମ୍ ରିପୋର୍ଟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଆସିବା ପରେ ମାଆକୁ ଗିରଫ୍ କରିଛି କମର୍ଦ୍ଦା ପୋଲିସ। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ୪ ଜଣକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା। ତେବେ ଦୀର୍ଘ ୧୨ ଦିନ ପରେ ହତ୍ୟାକାରୀ ମାଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସିଆଁରୁଇ ଗାଁର ବଳରାମ ପାତ୍ର ଓ ବନ୍ଦନା ପାତ୍ରଙ୍କ ଏକ ୩ ବର୍ଷର ଶିଶୁକନ୍ୟା ରହିଥିଲା ବେଳେ ପୁଣି ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଜନ୍ମ ହେବାର ୬ ଦିନ ପରେ ଏହି କନ୍ୟା ସନ୍ତାନର ମୃତଦେହ ତାଙ୍କ ଘର ନିକଟରେ ଥିବା ପୋଖରୀରୁ ଉଦ୍ଧାର ହୋଇଥିଲା।

ମାର୍ଚ୍ଚ ୫ ତାରିଖ ରାତିରେ ପରିବାରର ସମସ୍ତେ ସେହି ଗାଁର ଏକ ବିବାହ ଭୋଜିକୁ ଯାଇଥିବାବେଳେ ବନ୍ଦନା ନିଜ ୬ ଦିନର ଶିଶୁକନ୍ୟାକୁ ନେଇ ଘରେ ଥିଲେ। ବିବାହ ଭୋଜି ଖାଇ ପରିବାରର ସମସ୍ତ ସଦସ୍ୟ ଘରେ ପହଞ୍ଚି ବନ୍ଦନାଙ୍କ ପାଖରେ ତାଙ୍କ ଶିଶୁକନ୍ୟାକୁ ଦେଖିବାକୁ ପାଇନଥିଲେ। ଶିଶୁକନ୍ୟା ସମ୍ପର୍କରେ ପଚାରିବାରୁ ବନ୍ଦନା କୌଣସି ଉତ୍ତର ଦେଇନଥିଲେ। ଖବର ପାଇ କମର୍ଦ୍ଦା ପୋଲିସ ସମେତ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ହତ୍ୟା ମାମଲା ରୁଜୁ କରି ମାଆ ବନ୍ଦନାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି