Masthead

ମାନବିକତା ଭୁଲିଗଲା ପୋଲିସ

ଅନୁଗୁଳ(ବଡ଼ ଖବର ବ୍ୟୁରୋ):  ଥାନାରେ ପୋଲିସର ବର୍ବରତା । ଥାର୍ଡ ଡିଗ୍ରୀ ଘଟଣାରେ ଏସ୍‌ଆଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନାରେ । ପାଲଲହଡ଼ା ଥାନା ସବ ଇନ୍‌ସ୍ପେକ୍ଟର ଗୋବିନ୍ଦ ସାହୁ, କନେଷ୍ଟବଳ ଚନ୍ଦନ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ କମଳ ନାଁରେ ରୁଜୁ ହୋଇଛି ମାମଲା । ପୁଲିସ ନିର୍ୟାତନାର ଶିକାର ହୋଇଥିବା ଯୁବକ ଘର ଖମାର ଥାନା ଜଗନ୍ନାଥପୁର ଗାଁର ଆଦିତ୍ୟ କୁମାର ବେହେରା ।

ସୂଚନା ଅନୁସାରେ ତାଙ୍କ ସ୍ୱାମୀ ଆଦିତ୍ୟ ଗତ ୭ ତାରିଖ ଦିନ ଧାନ ବିକ୍ରି ଟଙ୍କା ଉଠାଇବାକୁ ଯାଇଥିଲେ । ସମବାୟ ବ୍ୟାଙ୍କରୁ ୩୦ ହଜାର ଟଙ୍କା ଉଠାଇ ଥିଲେ । ସେଥିରୁ ୧୦ ହଜାର ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପାଲଲହଡ଼ା ଶାଖାରେ ଜମା କରି ଘରକୁ ଫେରିଥିଲେ । ତାର କେଇ ଘଣ୍ଟା ପରେ ପାଲଲହଡ଼ା ଥାନା ପୁଲିସ ରାତି ଅଧରେ ଆଦିତ୍ୟଙ୍କୁ ଘରୁ ଉଠାଇ ନେଇଥିଲା । ବ୍ୟାଙ୍କ୍‌ ନିକଟରେ ଘଟିଥିବା ଏକ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ ତାଙ୍କୁ ଜଡିତ କରି ଥାନାରେ ପଚରାଉଚରା କରିଥିଲା ।

ଥାନା ଏସଆଇ ଶ୍ରୀ ସାହୁ , କନେଷ୍ଟବଳ ଶ୍ରୀ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ ତାଙ୍କୁ ଚୌକିରେ ବାନ୍ଧି ଓଲଟାଇ ଦେଇ ବେକଠାରୁ ଗୋଡ଼ ଯାଏ ପିଟିଥିଲେ । ଦୋଷ ମାନି ଯିବା ପାଇଁ ଧମକାଇବା ସହିତ ଏକ ସାଦା କାଗଜରେ ଦସ୍ତଖତ କରାଇନେଲେ । ପୁଲିସ ମାଡ଼ରେ ଆଦିତ୍ୟ ଅସୁସ୍ଥ ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ପୁଲିସ ଧମକରେ ପରିବାର ଲୋକେ ଭୟଭୀତ ହୋଇ ପଡିଛନ୍ତି ବୋଲି ଶ୍ରୀମତୀ ସେଠୀ ନିଜ ଏତଲାରେ ଦର୍ଶାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ