Masthead

ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର, ଭର୍ଚୁଆଲ ଶୁଣାଣି ପାଇଁ ଅନୁମତି ମାଗିଲେ ଇମ୍ରାନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ଚାଲିଛି । ତାଙ୍କୁ ହତ୍ୟା କରିବା ପାଇଁ କୋର୍ଟ ପରିସରରେ ଷଡଯନ୍ତ୍ର କରାଯାଉଛି । ତେଣୁ ଶୁଣାଣି ପାଇଁ ସେ କୋର୍ଟ ଯିବେନି ବରଂ ତାଙ୍କୁ ଭର୍ଚୁଆଲ ଶୁଣାଣି ପାଇଁ ଅନୁମତି ଦିଆଯାଉ ବୋଲି ଇମ୍ରାନ ଖାନ ଅଭିଯୋଗ କରିଛନ୍ତି । ସେ ଦାବି କରିଛନ୍ତି ଯେ କୋର୍ଟରେ ଶୁଣାଣି ସମୟରେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି।

ଶନିବାର ସେ ତୋସାଖାନା ମାମଲାର ଶୁଣାଣି ପାଇଁ ଇସଲାମାବାଦ କୋର୍ଟରେ ପହଞ୍ଚିବା ପରେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ତାଙ୍କୁ ଅଦାଲତର ଶୁଣାଣିରେ ଯୋଗଦେବାକୁ ଅନୁମତି ଦିଆଯିବାକୁ ଇମ୍ରାନ ଖାନ ଆବେଦନ କରିଛନ୍ତି। ଏହି ଦାବି ସମ୍ପର୍କରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନ ବିଚାରପତି ଉମର ଅଟା ବ୍ୟାଣ୍ଡିଆଲଙ୍କୁ ଏକ ଚିଠି ଲେଖିଛନ୍ତି। ଇମ୍ରାନ ସୋମବାର ଏକ ଭିଡିଓ ଜାରି କରିଛନ୍ତି।

ଏହି ଭିଡିଓରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଶନିବାର ଦିନ ଇସଲାମାବାଦସ୍ଥିତ ଫେଡେରାଲ ଜୁଡିସିଆଲ କମ୍ପ୍ଲେକ୍ସରେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ତୋଶଖାନା ମାମଲାର ଶୁଣାଣି ପାଇଁ ସେ ଯେତେବେଳେ କୋର୍ଟରେ ପହଞ୍ଚିଥିଲେ ସେହି ସମୟରେ କୋର୍ଟ ପରିସରରେ ୨୦ ଜଣ ଅଜ୍ଞାତ ବ୍ୟକ୍ତି ଉପସ୍ଥିତ ଥିଲେ, ଯେଉଁମାନେ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା