Masthead

ବିଶ୍ୱର ସବୁଠୁ ଖୁସି ଦେଶ ଫିନଲ୍ୟାଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱର ସବୁଠୁ ଖୁସି ଦେଶ ଫିନଲ୍ୟାଣ୍ଡ । ୬ ବର୍ଷ ଧରି ଲଗାତାର ଏହି ତାଲିକାରେ ଶୀର୍ଷରେ ରହିଛି ଫିନଲ୍ୟାଣ୍ଡ । ୱାର୍ଲଡ ହାପିନେସ୍ ରିପୋର୍ଟ ଅନୁସାରେ, ଗ୍ୟାଲପ୍ ୱାର୍ଲଡ ପୋଲ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏସୀୟ ଦେଶମାନଙ୍କ ପାଇଁ ଏହି ରିପୋର୍ଟ ନୈରାଶ୍ୟଜନକ । ଶୀର୍ଷ ୨୦ ଖୁସି ଦେଶର ତାଲିକାରେ ଗୋଟିଏ ବି ଏସୀୟ ଦେଶ ନାହିଁ । ଲୋକଙ୍କ ଜୀବନଶୈଳୀ, ଦେଶର ଜିଡିପି, ସାମାଜିକ ସମର୍ଥନ, ଖୁବ କମ୍ ଭ୍ରଷ୍ଟାଚାର ଏବଂ ପରସ୍ପର ପ୍ରତି ଭଲପାଇବା ଆଧାରରେ ବିଶ୍ୱର ସବୁଠୁ ଖୁସି ଦେଶମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ଏହି ଆଧାରରେ ଫିନଲ୍ୟାଣ୍ଡ ଶୀର୍ଷରେ ରହିଛି । ୧୩୭ ତମ ସ୍ଥାନରେ ରହିଛି ଆଫଗାନିସ୍ତାନ ।

ଫିନଲ୍ୟାଣ୍ଡର ଲୋକେ ସବୁଠୂ ଖୁସି ରହୁଥିବା ବେଳେ ଏଠାରେ ଲୋକଙ୍କୁ ମାଗଣାରେ ଉତ୍ତମ ଶିକ୍ଷା ମିଳୁଛି । ଏ ଦେଶର ଲୋକେ ନିଜ ଜୀବନକୁ ସ୍ୱଚ୍ଛଳ କରିବାକୁ ଯେତିକି ପ୍ରୟାସ କରୁଛନ୍ତି, ସରକାର ମଧ୍ୟ ସେତିକି ପ୍ରୟାସ କରୁଛନ୍ତି । ସେଥିପାଇଁ ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ଖୁସି ଦେଶ । ୱାର୍ଲଡ ହାପିନେସ୍ ରିପୋର୍ଟ ଅନୁସାରେ, ଦ୍ୱିତୀୟ ସ୍ଥାନରେ ଡେନମାର୍କ, ତୃତୀୟରେ ଆଇସଲ୍ୟାଣ୍ଡ ରହିଛି । ସେହିପରି ୪ର୍ଥ, ୫ମ ଓ ୬ଷ୍ଠ ସ୍ଥାନରେ ଇସ୍ରାଏଲ, ନେଦରଲ୍ୟାଣ୍ଡ ଓ ସ୍ୱିଡେନ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ