Masthead

ବିଶ୍ୱର ସବୁଠୁ ଖୁସି ଦେଶ ଫିନଲ୍ୟାଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱର ସବୁଠୁ ଖୁସି ଦେଶ ଫିନଲ୍ୟାଣ୍ଡ । ୬ ବର୍ଷ ଧରି ଲଗାତାର ଏହି ତାଲିକାରେ ଶୀର୍ଷରେ ରହିଛି ଫିନଲ୍ୟାଣ୍ଡ । ୱାର୍ଲଡ ହାପିନେସ୍ ରିପୋର୍ଟ ଅନୁସାରେ, ଗ୍ୟାଲପ୍ ୱାର୍ଲଡ ପୋଲ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏସୀୟ ଦେଶମାନଙ୍କ ପାଇଁ ଏହି ରିପୋର୍ଟ ନୈରାଶ୍ୟଜନକ । ଶୀର୍ଷ ୨୦ ଖୁସି ଦେଶର ତାଲିକାରେ ଗୋଟିଏ ବି ଏସୀୟ ଦେଶ ନାହିଁ । ଲୋକଙ୍କ ଜୀବନଶୈଳୀ, ଦେଶର ଜିଡିପି, ସାମାଜିକ ସମର୍ଥନ, ଖୁବ କମ୍ ଭ୍ରଷ୍ଟାଚାର ଏବଂ ପରସ୍ପର ପ୍ରତି ଭଲପାଇବା ଆଧାରରେ ବିଶ୍ୱର ସବୁଠୁ ଖୁସି ଦେଶମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ଏହି ଆଧାରରେ ଫିନଲ୍ୟାଣ୍ଡ ଶୀର୍ଷରେ ରହିଛି । ୧୩୭ ତମ ସ୍ଥାନରେ ରହିଛି ଆଫଗାନିସ୍ତାନ ।

ଫିନଲ୍ୟାଣ୍ଡର ଲୋକେ ସବୁଠୂ ଖୁସି ରହୁଥିବା ବେଳେ ଏଠାରେ ଲୋକଙ୍କୁ ମାଗଣାରେ ଉତ୍ତମ ଶିକ୍ଷା ମିଳୁଛି । ଏ ଦେଶର ଲୋକେ ନିଜ ଜୀବନକୁ ସ୍ୱଚ୍ଛଳ କରିବାକୁ ଯେତିକି ପ୍ରୟାସ କରୁଛନ୍ତି, ସରକାର ମଧ୍ୟ ସେତିକି ପ୍ରୟାସ କରୁଛନ୍ତି । ସେଥିପାଇଁ ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ଖୁସି ଦେଶ । ୱାର୍ଲଡ ହାପିନେସ୍ ରିପୋର୍ଟ ଅନୁସାରେ, ଦ୍ୱିତୀୟ ସ୍ଥାନରେ ଡେନମାର୍କ, ତୃତୀୟରେ ଆଇସଲ୍ୟାଣ୍ଡ ରହିଛି । ସେହିପରି ୪ର୍ଥ, ୫ମ ଓ ୬ଷ୍ଠ ସ୍ଥାନରେ ଇସ୍ରାଏଲ, ନେଦରଲ୍ୟାଣ୍ଡ ଓ ସ୍ୱିଡେନ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର