ଶକ୍ତିସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଶକ୍ତିସଙ୍କଟକୁ ନେଇ ଏବେ ଭାରତକୁ ଲାଗିପାରେ ଏକ ବଡ ଝଟକା । ଦେଶରେ କୋଇଲାର ସଙ୍କଟ ଦେଖାଦେବା ହେତୁ ତାପଜ ବିଦ୍ୟୁତ ଉିପ୍ତାଦନ କେନ୍ଦ୍ର ଗୁଡିକ ଏବେ ବନ୍ଦ ହେବାକୁ ବସିଲାଣି । କୋଇଲା ସରିଗଲେ ବିଦ୍ୟୁତ ଉତ୍ପାଦନରେ ଗୁରୁତ୍ୱର ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଏହା ସହିତ ଶିଳ୍ପ ଉତ୍ପାଦନ ବ୍ୟାହତ ହେବା ସହିତ ଘରୋଇ ବ୍ୟାବହାର ନିମନ୍ତେ ବିଦ୍ୟୁତ ଶକ୍ତିର ଅଭାବ ଦେଖାଯିବ । ଉିଲ୍ଲେଖଯୋଗ୍ୟ ଯେ, ଦେଶରେ ପ୍ରାୟ ୧୩୫ଟି କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରହିଛି । ତେବେ ଦେଶରେ ବିଦ୍ୟୁତ ଚାହିଦାର ମୋଟ ୭୦ ଭାଗ ଏମାନେ ପୂରଣ କରନ୍ତି । ଦେଶରେ କୋଇଲା ଅଭାବ ହେତୁ ଉତ୍ତରପ୍ରଦେଶର ୮ଟି ତାପଜ ଉତ୍ପାଦନ କେନ୍ଦ୍ର ଏବେ ବନ୍ଦ ହୋଇଗଲାଣି । ଅନ୍ୟ ୬ଟି କେନ୍ଦ୍ର ଭିନ୍ନ କାରଣରୁ ବନ୍ଦ ହୋଇଥିବା ନେଇ ଜଣାପଡିଛି ।

ଦେଖିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ୧୪ଟି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବନ୍ଦ ହୋଇଗଲାଣି । ଯାହା ଫଳରେ ଏବେ ଗ୍ରାମାଞ୍ଚଳରେ ଦିନକୁ ୫ରୁ ୬ ଘଣ୍ଟା ବିଦ୍ୟୁତ କାଟ ହେବାର ସମ୍ଭାବନା ରହିଛି । ସେପଟେ ବିଦ୍ୟୁତ ଉତ୍ପାଦନ ବ୍ୟାହତ ହେବା ଯୋଗୁ ରାଜ୍ୟ ସରକାର ବାଧ୍ୟ ହୋଇ ବାହରୁ ୟୁନିଟ ପିଛା ୧୫ରୁ ୨୦ ଟଙ୍କା ଦରରେ ବିଦ୍ୟୁତ କିଣୁଛନ୍ତି । ତେବେ ଉତ୍ତର ପ୍ରଦେଶ ଭଳି ଦିଲ୍ଲୀ, ତାମିଲନାଡୁ ଏବଂ ଓଡ଼ିଶାରେ ମଧ୍ୟ ବିଦ୍ୟୁତ ସଙ୍କଟ ଦେଖା ଦେଲାଣି । ସେ ନେଇ ଦିଲ୍ଲୀରେ ଶକ୍ତି ମନ୍ତ୍ରୀ ସତୋନ୍ଦ୍ର ଜୈନ କହିଛନ୍ତି ଯେ, ଯଦି ବିଦ୍ୟୁତ ଯୋଗାଣ ଉିନ୍ନତି ନଆସେ କେବେ ଆଗାମୀ ଦୁଇଦିନ ମଧ୍ୟରେ ଦିଲ୍ଲୀରେ ବିଦ୍ୟୁତ କାଟ ହେବ ।

ଦିଲ୍ଲୀକୁ ବିଦ୍ୟୁତ ଯୋଗାଉଥିବା ପାୱାର ପ୍ଲାଣ୍ଟ ଗୁଡିକୁ ନିକଟରେ ଅତିକମରେ କୋଇଲା ଷ୍ଟକ ରହିବା ଉଚିତ । ହେଲେ ଏବେ ସେମାନଙ୍କ ନିକଟରେ କୋଇଲା ନାହିଁ । ସେ ଆହୁରି କହିଛନ୍ତି ଯେ, କୋଇଲା ସଙ୍କଟ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ସଙ୍କଟ ସୃଷ୍ଟି କରି ପରେ ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେଇ କେନ୍ଦ୍ର ସରକାର ରାଜନୈତିକ ଫାଇଦା ହାସଲ କରିବାକୁ ଲକ୍ଷ୍ୟ ରଖଛନ୍ତି । ଦିଲ୍ଲୀରେ ବିଦ୍ୟୁତ ଉତ୍ପାଦନ ହୁଏନାହିଁ । ଏଠାରେ କେବଳ ୩ଟି ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀ କାର୍ଯ୍ୟ କରନ୍ତି । ସେମାନେ ଦିଲ୍ଲୀ ବାହାର ବିଦ୍ୟୁତ କିଣି ଥାନ୍ତି ।

ତେବେ ଦିଲ୍ଲୀ ନିଜର ଚାହିଦା ପୂରଣ ନିମନ୍ତେ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ଉପରେ ନିର୍ଭର କରେ । ଅକ୍ଟୋବରରେ ଦେଶରେ ମୋଟ ଚାହିଦାର ୧୧.୨% କମ ବିଦ୍ୟୁତ ଉତ୍ପାଦନ ହୋଇଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ କୋଇଲା ଯୋଗାଣ ଶୀଘ୍ର ସ୍ୱାଭାବିକ ହେବ ବୋଲି କେନ୍ଦ୍ର ସରକାର ପ୍ରତିଶୃତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ