Masthead

ରାଜ୍ୟପାଳଙ୍କ ହିନ୍ଦୀ ଭାଷଣ, ଗୃହ ପରିତ୍ୟାଗ କଲେ ବିରୋଧୀ

ମେଘାଳୟ (ବଡ଼ ଖବର ବ୍ୟୁରୋ): ରାଜ୍ୟପାଳଙ୍କ ହିନ୍ଦୀ ଭାଷଣକୁ ନେଇ ହଙ୍ଗାମା । ବିଧାନସଭାରେ ରାଜ୍ୟପାଳ ହିନ୍ଦୀରେ ଭାଷଣ ରଖିବାରୁ ଏହାକୁ ବିରୋଧ କରି ଗୃହ ଛାଡି ପଳାଇଲେ ବିରୋଧୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି ମେଘାଳୟ ବିଧାନସଭାରେ । ରାଜ୍ୟପାଳ ଫାଗୁ ଚୌହାନ ହିନ୍ଦୀରେ ଭାଷଣ ଦେଇ ଗୃହକୁ ସମ୍ବୋଧିତ କରିଥିଲେ । ଏବଂ ଏହାକୁ ବିରୋଧ କରିଥିଲେ ଭଏସ ଅଫ ଦ ପିପୁଲ ପାର୍ଟିର ବିଧାୟକ । ବିରୋଧ କରି କହିଛନ୍ତି, ହିନ୍ଦୀ ଭାଷାଭାଷୀ ରାଜ୍ୟପାଳଙ୍କୁ ଆମ ପାଖକୁ ପଠାଯାଇଛି, ଆମେ ବୁଝି ପାରୁନୁ ସେ କଣ କହୁଛନ୍ତି ତେଣୁ ଆମେ ଗୃହରୁ ଚାଲିଯାଉଛୁ । ପରେ ଏଥିରେ ହସ୍ତକ୍ଷେପ କରିଥିଲେ ବାଚସ୍ପତି ଥୋମାସ ଏ ସାଙ୍ଗମା ଏବଂ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ।

ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ହସ୍ତକ୍ଷେପ ସତ୍ତ୍ୱେ ବିରୋଧୀ ଗୃହ ପରିତ୍ୟାଗ କରିଥିଲେ । ବିରୋଧୀ କହିଛନ୍ତି, ମେଘାଳୟ ବିଧାନସଭାର ଇଂରାଜୀ ଭାଷା ପ୍ରଚଳିତ ତେଣୁ ରାଜ୍ୟପାଳ ଇଂରାଜୀରେ ଭାଷଣ ଦେବା ଉଚିତ୍ । ଗୃହରୁ ବାହାରିବା ପରେ ଭିପିପି ନେତା କହିଛନ୍ତି, ଆମେ ଏହି ପ୍ରକ୍ରିୟାର ଅଂଶ ହେବାକୁ ଚାହୁଁ ନାହୁଁ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି କହିଛନ୍ତି, ନିୟମ ଅନୁଯାୟୀ, ଲିଖିତ ଭାଷଣ ଗୃହରେ ପ୍ରସାରିତ ହୋଇଛି। ଯେଉଁ ବ୍ୟକ୍ତି ।ଇଂରାଜୀ ବୁଝିପାରିବେ ନାହିଁ, ତେଣୁ ଏକ ଲିଖିତ ଭାଷଣ ପ୍ରସାରିତ ହୁଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼