Masthead

ବିଜେଡି ଅଫିସ ସିଲ୍ କରିବ କେବେ?

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଶନିବାର ପୂର୍ବାହ୍ନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ଅଫିସ ସିଲ୍ ହେବା ପରେ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଲ ହୋଇଥିବା ଅଫିସ ଆଗରେ କିଛି ସମୟ ପୂର୍ବେ ଏକ ପ୍ରେସ୍ କନଫରେନ୍ସ କରି ରାଜ୍ୟ ସରକାରଙ୍କ ଉପରେ ବହେ ବର୍ଷିଛନ୍ତି ଅପରାଜିତା। ସିଧାସଳଖ ଟାର୍ଗେଟ କରିଛନ୍ତି ମୁଖିଆଙ୍କୁ। ସରକାରଙ୍କର ଏପରି ଡବଲ ଷ୍ଟାଣ୍ଡାର୍ଡ ନୀତି କାହିଁକି ବୋଲି ପ୍ରଶ୍ନ କରିବା ସହ ସେ କହିଛନ୍ତି, ୭ ମାସ ନିବାସରେ ବସି ଶାସନ କରାଯାଏ ନାହିଁ। ଭର୍ଚୁଆଲ ମାଧ୍ୟମରେ ସବୁ ବିକାଶ କାର୍ଯ୍ୟ ହୋଇପାରେ ନାହିଁ। ସେଥିପାଇଁ ଫିଲ୍ଡକୁ ଓହ୍ଲାଇବାକୁ ପଡ଼େ।

ଏବେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୧୧୨ଟି ୱାର୍ଡ ଏବଂ ଶତାଧିକ ପଞ୍ଚାୟତରେ କେନ୍ଦ୍ରର ବିକାଶ କାର୍ଯ୍ୟ ଚାଲିଛି। ତାହାକୁ ତଦାରଖ କରି ଠିକ୍ ଭାବେ କାର୍ଯ୍ୟକାରୀ କରିବା ବିଜେଡିର ଚକ୍ଷୁଶୂଳ ହେଉଛି। ସେଥିପାଇଁ ମୋର କାର୍ଯ୍ୟରେ ପ୍ରତିବନ୍ଧକ ଆଣିବାକୁ ଏହି ପଦକ୍ଷେପ ନିଆଯାଇଛି। ହେଲେ ଏଥିରେ ମୁଁ ନିରବ ରହିବା ଲୋକ ନୁହେଁ। ମୋ ଅଫିସ ସିଲ୍ ନ ଖୋଲିବା ପର୍ଯ୍ୟନ୍ତ ମୁଁ ରାଜରାସ୍ତାରେ ଅଫିସ କରିବି। ରାଜରାସ୍ତାରେ ବସି ଲୋକଙ୍କ ସମସ୍ୟା ବୁଝିବି। ବିଜେଡି ନେତାମାନଙ୍କ କୋଭିଡ୍ କଟକଣା ଉଲ୍ଲଂଘନ ସମ୍ପର୍କରେ ୧୭ଟି ଫଟୋ ଓ ଗୋଟିଏ ଭିଡିଓ ଦେଖାଇ ସମ୍ପୃକ୍ତ ନେତାମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଏ ନେଇ ରାଜ୍ୟ ସରକାରଙ୍କୁ ସେ ଚିଠି ଲେଖିବେ। ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛି। ମହାରଥୀଙ୍କ ଶବସତ୍କାର ସମୟରେ କୋଭିଡ୍ ସଂକ୍ରମିତ ମନ୍ତ୍ରୀ ସମୀର ଦାଶ ଉପସ୍ଥିତ ଥିଲେ। ସେ ମାସ୍କ ପିନ୍ଧି ନ ଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ନାହିଁ। ଭୁବନେଶ୍ୱର ଉତ୍ତର ବିଧାୟକ, ଚାନ୍ଦବାଲି ବିଧାୟକ ବିନା ମାସ୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ତିର୍ତ୍ତୋଲରେ ବିଜେଡି ନେତା ଓ କର୍ମୀ କୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି। ବିଜେଡି ଅଫିସରେ ବି ନେତାଙ୍କ ଜନ୍ମଦିନ ପାଳନ ହୋଇଛି। ବିଜେଡି ଅଫିସ କେବେ ସିଲ ହେବ ବୋଲି ଅପରାଜିତା ବାରମ୍ବାର ପଚାରିଥିଲେ।

ମୁଁ ଦେଖାଉଥିବା ଫଟୋରେ ବିଜେଡି କର୍ମୀ ଓ ନେତାମାନେ ୧୭ଟି ସ୍ଥାନରେ କୋଭିଡ୍ ନିୟମକୁ ଭାଙ୍ଗିଛନ୍ତି। ଏହା ଉପରେ ସରକାର କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ? ତାହା କଣ ଆଇନର ଉଲ୍ଲଂଘନ ନୁହେଁ କି ? ନା କେବଳ ବିଜେପି କର୍ମୀ କଲେ ରାଜ୍ୟ ସରକାରଙ୍କୁ ଆଉନ ଉଲ୍ଲଂଘନ ବୋଲି ଲାଗୁଛି। କୋଭିଡ୍ ନିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ତାହା କିପରି କାର୍ଯ୍ୟକାରୀ ହେବ ମୁଁ ଜାଣିଛି ବୋଲି ଅପରାଜିତା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି