Masthead

ଆଜି ବିଶ୍ୱ ଜଳ ଦିବସ : ପାଣିକୁ ନେଇ ବିଧାନସଭା ସରଗରମ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଜି ବିଶ୍ୱ ଜଳ ଦିବସ । ପାଣିକୁ ନେଇ ବିଧାନସଭା ସରଗରମ । ଶାସକ-ବିରୋଧୀ କଥା କଟାକଟି । ପରସ୍ପର ମଧ୍ୟରେ ଚାଲିଥିଲା ଦୋଷ ଲଦାଲଦି । ତେଣେ କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ୟ୍ୟକାଳ ଆଉ ବର୍ଷେ ନଅ ମାସ ବଢାଇ ଦେଇଛନ୍ତି । ବିଶ୍ୱ ଜଳ ଦିବସରେ ବିଧାନସଭାରେ ଉଠିଲା ମହାନଦୀ ପ୍ରସଙ୍ଗ । ମହାନଦୀକୁ ନେଇ ଓଡ଼ିଶା ପ୍ରତି ଅବିଚାର କରୁଛି କିଏ? କେନ୍ଦ୍ର ସରକାର ଆଉ କିଏ ନାରାରେ ଗୃହକୁ କମ୍ପାଇଲେ ଶାସକ ସଦସ୍ୟ। ୟୁପିଏ ଓ ଏନ୍ଡିଏ ଗୋଟିଏ ମୂର୍ଦ୍ଧାର ଦୁଇଟି ପାର୍ଶ୍ଵ କହି କଟାକ୍ଷା କଲେ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର । କହିଲେ ମହାନଦୀ ଓଡ଼ିଶାର ଲାଇଫ ଲାଇନ୍ । ୧୬ ଜିଲ୍ଲାର ଅଢେଇ କୋଟି ଲୋକ ଏହା ଉପରେ ନିର୍ଭରଶୀଳ । ଅଣମୌସୁମୀରେ ମହାନଦୀ ଶୁଖିଲା ପଡୁଛି । ଛତିଶଗଡ଼ରେ ସରକାର ବଦଳିବା ପରେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନି । କେନ୍ଦ୍ର ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ଗୃହରେ ସେ ରୁଲିଙ୍ଗି ଦାବି କରିଥିଲେ । ତାଙ୍କୁ ସମର୍ଥନ କରିଥିଲେ ଶାସକ ଦଳର ସଦସ୍ୟ ।

ବିଜେଡିକୁ ଜବାବ ଦେଲା ବିରୋଧୀ ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ ଜଳ ପାଇଁ ଯଦି ସରକାରଙ୍କ ଏତେ ଦରଦ, ତେବେ ଅନ୍ୟ ଫୋରମରେ ଆଲୋଚନା କରନ୍ତୁ । ଜଳ ତ ସରକାର ସଂରକ୍ଷଣ କରିପାରିନାହାନ୍ତି। ବିଧାନସଭାରେ ବାହାବାହା ମରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ସରକାର ବୋଧେ ଚାହୁନାହାନ୍ତି । ତେଣେ ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ୟ୍ୟକାଳ ଆଉ ବର୍ଷେ ନଅ ମାସ ବଢିଛି । କେନ୍ଦ୍ରଙ୍କୁ ଚିଠି ଲେଖି ଟ୍ରିବ୍ୟୁନାଲ ଅବଧି ୩ବର୍ଷ ବଢାଇବାକୁ ଅନୁରୋଧ କରିଥିଲେ ଓଡ଼ିଶା ଓ ଛତିଶଗଡ଼ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!