Masthead

ଆଜି ବିଶ୍ୱ ଜଳ ଦିବସ : ପାଣିକୁ ନେଇ ବିଧାନସଭା ସରଗରମ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଜି ବିଶ୍ୱ ଜଳ ଦିବସ । ପାଣିକୁ ନେଇ ବିଧାନସଭା ସରଗରମ । ଶାସକ-ବିରୋଧୀ କଥା କଟାକଟି । ପରସ୍ପର ମଧ୍ୟରେ ଚାଲିଥିଲା ଦୋଷ ଲଦାଲଦି । ତେଣେ କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ୟ୍ୟକାଳ ଆଉ ବର୍ଷେ ନଅ ମାସ ବଢାଇ ଦେଇଛନ୍ତି । ବିଶ୍ୱ ଜଳ ଦିବସରେ ବିଧାନସଭାରେ ଉଠିଲା ମହାନଦୀ ପ୍ରସଙ୍ଗ । ମହାନଦୀକୁ ନେଇ ଓଡ଼ିଶା ପ୍ରତି ଅବିଚାର କରୁଛି କିଏ? କେନ୍ଦ୍ର ସରକାର ଆଉ କିଏ ନାରାରେ ଗୃହକୁ କମ୍ପାଇଲେ ଶାସକ ସଦସ୍ୟ। ୟୁପିଏ ଓ ଏନ୍ଡିଏ ଗୋଟିଏ ମୂର୍ଦ୍ଧାର ଦୁଇଟି ପାର୍ଶ୍ଵ କହି କଟାକ୍ଷା କଲେ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର । କହିଲେ ମହାନଦୀ ଓଡ଼ିଶାର ଲାଇଫ ଲାଇନ୍ । ୧୬ ଜିଲ୍ଲାର ଅଢେଇ କୋଟି ଲୋକ ଏହା ଉପରେ ନିର୍ଭରଶୀଳ । ଅଣମୌସୁମୀରେ ମହାନଦୀ ଶୁଖିଲା ପଡୁଛି । ଛତିଶଗଡ଼ରେ ସରକାର ବଦଳିବା ପରେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନି । କେନ୍ଦ୍ର ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ଗୃହରେ ସେ ରୁଲିଙ୍ଗି ଦାବି କରିଥିଲେ । ତାଙ୍କୁ ସମର୍ଥନ କରିଥିଲେ ଶାସକ ଦଳର ସଦସ୍ୟ ।

ବିଜେଡିକୁ ଜବାବ ଦେଲା ବିରୋଧୀ ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ ଜଳ ପାଇଁ ଯଦି ସରକାରଙ୍କ ଏତେ ଦରଦ, ତେବେ ଅନ୍ୟ ଫୋରମରେ ଆଲୋଚନା କରନ୍ତୁ । ଜଳ ତ ସରକାର ସଂରକ୍ଷଣ କରିପାରିନାହାନ୍ତି। ବିଧାନସଭାରେ ବାହାବାହା ମରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ସରକାର ବୋଧେ ଚାହୁନାହାନ୍ତି । ତେଣେ ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ୟ୍ୟକାଳ ଆଉ ବର୍ଷେ ନଅ ମାସ ବଢିଛି । କେନ୍ଦ୍ରଙ୍କୁ ଚିଠି ଲେଖି ଟ୍ରିବ୍ୟୁନାଲ ଅବଧି ୩ବର୍ଷ ବଢାଇବାକୁ ଅନୁରୋଧ କରିଥିଲେ ଓଡ଼ିଶା ଓ ଛତିଶଗଡ଼ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼