Masthead

ଯୁଦ୍ଧ ବନ୍ଦ ପାଇଁ ଚୀନ୍‌ର ପ୍ରସ୍ତାବକୁ ରୁଷ୍‌ର ସ୍ୱାଗତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଏବେ ବି ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଯୁଦ୍ଧ ବନ୍ଦ ହେବାର ନାଁ ଧରୁ ନାହିଁ । କିଛି ଦିନ ତଳେ ପୁଟିନ ଯୁକ୍ରେନର ମାରିଆପୋଲ ଗସ୍ତ କରିଥିଲେ । କିନ୍ତୁ ଯୁଦ୍ଧ ବନ୍ଦ କରିବାକୁ ଚୀନ୍‌ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚୀନ୍‌ର ଏହି ପ୍ରସ୍ତାବକୁ ରୁଷ୍‌ ତରଫରୁ ସ୍ବାଗତ କରାଯାଇଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ରୁଷ୍ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିଥିଲେ।

ଦୁଇ ନେତାଙ୍କ ତରଫରୁ ମିଳିତ ଭାବେ ଜାରି ବିବୃତିରେ ଯୁଦ୍ଧ ବନ୍ଦ ପାଇଁ ବାର୍ତ୍ତାଳାପକୁ ଗୁରୁତ୍ବ ପ୍ରଦାନ କରାଯାଇଛି। ବାର୍ତ୍ତାଳାପ ଦ୍ବାରା ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବନ୍ଦ କରାଯାଇ ପାରିବ ବୋଲି ବିବୃତିରେ ଦର୍ଶାଯାଇଛି। ୟୁକ୍ରେନ୍‌ ସହ ଯୁଦ୍ଧ ବନ୍ଦ କରିବାକୁ ଚୀନ୍ ତରଫରୁ ଯେଉଁ ଗଠନମୂଳକ ପରାମର୍ଶ ପ୍ରଦାନ କରାଯାଇଛି ତାହାକୁ ରୁଷ୍‌ ତରଫରୁ ସ୍ବାଗତ କରାଯାଇଛି। ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ହୋଇପାରିବ, ତେବେ ଏହି ଯୁଦ୍ଧରୁ ଅନ୍ୟ କୌଣସି ଦେଶ ବା ଗୋଷ୍ଠୀ ଯେପରି କୌଣସି ଅନୁଚିତ୍‌ ଲାଭ ଉଠାଇ ନ ପାରିବେ ସେଥିପ୍ରତି ଦୃଷ୍ଟି ରଖାଯିବା ଉଚିତ୍‌ ବୋଲି ମିଳିତ ବିବୃତରେ ଉଲ୍ଲେଖ କରାଯାଇଛି।

ସେହିପରି ପ୍ରତି ରାଷ୍ଟ୍ରର ସୁରକ୍ଷା ପ୍ରତି ଗୁରୁତ୍ବ ପ୍ରଦାନ କରାଯିବା ସହ କୌଣସି ଗୋଷ୍ଠୀ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରାଇବାରୁ ଦୂରେଇ ରହିବା ଉଚିତ୍‌ ବୋଲି ବିବୃତିରେ ଦର୍ଶାଯାଇଛି। ୟୁକ୍ରେନ୍‌ ସହ ଯୁଦ୍ଧକୁ ନେଇ ଆମେରିକା, ୟୁରୋପର ଏକାଧିକ ଦେଶ, ଜାପାନ ପ୍ରମୁଖ ଦେଶଙ୍କ ତରଫରୁ ରୁଷ୍‌ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିବାରୁ ତାହାକୁ ମିଳିତ ବିବୃତିରେ ନାପସନ୍ଦ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ