ୟୁକ୍ରେନ ଉପରେ ରୁଷିଆର ମିସାଇଲ ମାଡ଼

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ରୁଷିଆ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ରୁଷିଆର ମିସାଇଲ ମାଡ଼ । ଜଣଙ୍କର ମୃତୁ୍ୟ ଘଟିଥିବାବେଳ ୩୩ ଜଣ ହୋଇଛନ୍ତି ଆହାତ । ୟୁକ୍ରେନ୍‌ର ଝାପୋରିଝଝିଅର ଅଞ୍ଚଳରେ ଗତକାଲି ରାତିସାରା ରୁଷ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଗୋଟିଏ ଅଟ୍ଟାଳିକା ଧ୍ୱଂଶ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ଆକ୍ରମଣରେ ୩୩ ଜଣ ଆହତ ହୋଇଛନ୍ତି।

ବିସ୍ଫୋରଣରେ ଗୋଟିଏ କୋଠା ଭୁଶୁଡ଼ିବା ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଟ୍ୱିଟ୍‌ କରି କହିଛନ୍ତି । ସେ ଲେଖିଛନ୍ତି ଯେ, ବର୍ତ୍ତମାନ ସାଧାରଣ ଲୋକ ଏବଂ ଶିଶୁ ରହୁଥିବା ଆବାସିକ ଅଞ୍ଚଳ ଉପରେ ଗୁଳି ଚଳାଯାଉଛି। ୟୁକ୍ରେନ୍ ହେଉକି ବିଶ୍ୱର କୌଣସି ସ୍ଥାନରେ ଏମିତି ହେବା ଉଚିତ ନୁହଁ। ରୁଷର ଆତଙ୍କବାଦ କାର୍ଯ୍ୟକୁ ତୁରନ୍ତ ବିଲୋପ କରିବା ପାଇଁ ସେ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି।

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଦାୟ ଦେବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ବନ୍ଦ କରିବାକୁ ଚାଇନା ତରଫରୁ ପ୍ରସ୍ତାବ ଦିଆଯାଇଛି। ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ରୁଷ୍ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ