Masthead

ଗୃହରେ ମହାନଦୀ ତାତି

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଗୃହରେ ମହାନଦୀ ତାତି ।  ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ଜଳ ବିବାଦ ଆଲୋଚନା ଦାବି କରିଥିଲା କଂଗ୍ରେସ । ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଶାଇଥିଲା । ଉଭୟ ଦଳର ସଦସ୍ୟ ଗୃହରେ କରିଥିଲେ ହଟଗୋଳ । ଏପଟେ ବିଜେଡି ସଦସ୍ୟ ଜୋରଦାର କରିଥିଲେ ବିରୋଧ । କରିଥିଲେ ନାରାବାଜି । କଂଗ୍ରେସ ବିଜେପି ଭାଇ ଭାଇ ଗୃହକୁ ଚଳାଇ ଦେଉ ନାହିଁ ।  ଗୃହରେ ମହାନଦୀ ଝଡ଼ । ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ଜଳ ବିବାଦ ଆଲୋଚନା କରିବାକୁ ବିରୋଧୀ କଂଗ୍ରେସ ଓ ବିଜେପି ଦାବି କରିଥିଲେ । ଉଭୟ ଦଳର ସଦସ୍ୟ ଗୃହର ମଧ୍ୟ ଭାଗକୁ ଚାଲିଆସି କରିଥିଲେ ହଟ୍ଟଗେଳ । ଶାସକ ବିଜେଡି ମଧ୍ୟ ଚୁପ୍ ବସିନଥିଲା । କରିଥିଲା ଜୋରଦାର ବିରୋଧ । ଶାସକ ଦଳର ସଦସ୍ୟମାନେ ମିଳିତ ହୋଇ କରିଥିଲେ ନାରାବାଜି । କଂଗ୍ରେସ ବିଜେପି ଭାଇ ଭାଇ ଗୃହକୁ ଚଳାଇ ଦେଉ ନାହିଁ । ମହାନଦୀ ପ୍ରସଙ୍ଗରେ ଅମର ଶତପଥୀ କହିଛନ୍ତି ମହାନଦୀରେ ଜଳ ପ୍ରବାହ କମିବାରେ ଲାଗିଛି। କେନ୍ଦ୍ର ସରକାର ସବୁବେଳେ ଛତିଶଗଡ଼ ସପକ୍ଷରେ ରହୁଛନ୍ତି।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ୨ବର୍ଷ ହେଲା ଓଡ଼ିଶା ସରକାର କେନ୍ଦ୍ର ନିକଟରେ କୌଣସି ପ୍ରସ୍ତାବ ଆଗତ କରିନାହାନ୍ତି । କେବଳ ଟ୍ରିବୁ୍ୟନାଲ ଉପରେ ଭରସା କରିଛନ୍ତି ବୋଲି ବିଜେପି କହିଛି । କଂଗ୍ରେସ କହିଛି ସରକାର ହୀରାକୁଦର ତଳମୁଣ୍ଡରେ ଗୋଟିଏ ହେଲେ ବ୍ୟାରେଜ ନିର୍ମାଣ କଲେ ନାହିଁ । ରାଜ୍ୟ ସରକାର ସଦାବେଳେ ଛତିଶଗଡ଼ ସରକାର ଓ କେନ୍ଦ୍ରକୁ ଦୋଷ ଦେବାରେ ଲାଗିଛନ୍ତି । ମହାନଦୀକୁ ନେଇ ଗୃହରେ ବିରୋଧୀ ଓ ଶାସକଙ୍କ ଝଡ ଲାଗିରହିବାରୁ ଅପରାହ୍ନ ଚାରିଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଗୃହରେ ବ୍ୟୟ ମଞ୍ଜୁର ବିଲ ଆଗତ ହୋଇସାରିବା ପରେ ମହାନଦୀ ସମ୍ପର୍କରେ ଆଲୋଚନା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼