‘ବୁଡ଼ା-ଡ୍ରୋନ’ ପରୀକ୍ଷା, ଘଟାଇପାରେ ତେଜଷ୍କ୍ରିୟ ସୁନାମୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଉତ୍ତର କୋରିଆ ‘ତେଜଷ୍କ୍ରିୟ ବିକିରଣ ସୁନାମି’ ସୃଷ୍ଟି କରିବା ଭଳି ସାମର୍ଥ୍ୟ ଥିବା ଆଣବିକ ଅସ୍ତ୍ର ପ୍ରୟୋଗକାରୀ ‘ବୁଡ଼ା-ଡ୍ରୋନ୍‌’ (ପାଣିରେ ବୁଡ଼ି ରହି ଆକ୍ରମଣ କରୁଥିବା ଡ୍ରୋନ୍‌) ପରୀକ୍ଷା କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ରରାଷ୍ଟ୍ରଙ୍କ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ନିର୍ମିତ ଏହି ‘ବୁଡ଼ା-ଡ୍ରୋନ୍‌’ର ବ୍ୟବହାରିକ ପରୀକ୍ଷଣ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା।

ଗୁରୁବାର ଦିନ ଉତ୍ତର କୋରିଆର ପୂର୍ବ ଉପକୂଳ ଅନ୍ତର୍ଗତ ଦୂର ଜଳରାଶି ମଧ୍ୟରେ ‘ହୈଲି’ ବା ‘ସୁନାମି’ ନାମରେ ଖ୍ୟାତ ଏହି ନୂତନ ‘ବୁଡ଼ା-ଡ୍ରୋନ୍‌’ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଜଳରାଶିର ୨୬୦ରୁ ୫୦୦ ଫୁଟ୍‌ ଗଭୀରରେ ଏହି ‘ବୁଡ଼ା-ଡ୍ରୋନ୍‌’ ୫୯ ଘଣ୍ଟାରୁ ଅଧିକ ସମୟ ଘୂରିବୁଲିବା ପରେ ବିସ୍ଫୋରିତ ହୋଇଥିଲା ବୋଲି ‘କେସିଏନ୍‌ସି’ କହିଛି। ଏହି ‘ବୁଡ଼ା-ଡ୍ରୋନ୍‌’କୁ ଯେକୌଣସି ସମୁଦ୍ର ଉପକୂଳ ଓ ବନ୍ଦରରେ ମୁତୟନ କରାଯାଇପାରିବ।

ଏହାଛଡ଼ା, ପାଣିଜାହାଜଦ୍ବାରା ଏହାକୁ ଟାଣି ଟାଣି ଗଭୀର ସମୁଦ୍ର ମଧ୍ୟକୁ ବି ନିଆଯାଇ ପାରିବ। ରାଷ୍ଟ୍ରାୟାତ ଗଣମାଧ୍ୟମ ‘କେସିଏନ୍‌ଏ’ କହିଛି ଯେ, ଏହି ଯୁଦ୍ଧାସ୍ତ୍ର ପାଣିରେ ବୁଡ଼ି ବୁଡ଼ି ଯୁଦ୍ଧପୋତ ଆଦି ଥିବା ଅଞ୍ଚଳକୁ ପ୍ରବେଶ କରି ଶତ୍ରୁପକ୍ଷର ଯୁଦ୍ଧପୋତକୁ ଚିହ୍ନଟ କରିବା ସହ ବିସ୍ଫୋରଣ କରି ନଷ୍ଟ କରିଦେବ। ଜଳରାଶିରେ ଏହି ଆଣବିକ ବିସ୍ଫୋରଣ ଯୋଗୁଁ ଅତି ପ୍ରବଳ ‘ତେଜଷ୍କ୍ରିୟ ବିକିରଣ ସୁନାମି’ ସୃଷ୍ଟି ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’