Masthead

‘ବୁଡ଼ା-ଡ୍ରୋନ’ ପରୀକ୍ଷା, ଘଟାଇପାରେ ତେଜଷ୍କ୍ରିୟ ସୁନାମୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଉତ୍ତର କୋରିଆ ‘ତେଜଷ୍କ୍ରିୟ ବିକିରଣ ସୁନାମି’ ସୃଷ୍ଟି କରିବା ଭଳି ସାମର୍ଥ୍ୟ ଥିବା ଆଣବିକ ଅସ୍ତ୍ର ପ୍ରୟୋଗକାରୀ ‘ବୁଡ଼ା-ଡ୍ରୋନ୍‌’ (ପାଣିରେ ବୁଡ଼ି ରହି ଆକ୍ରମଣ କରୁଥିବା ଡ୍ରୋନ୍‌) ପରୀକ୍ଷା କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ରରାଷ୍ଟ୍ରଙ୍କ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ନିର୍ମିତ ଏହି ‘ବୁଡ଼ା-ଡ୍ରୋନ୍‌’ର ବ୍ୟବହାରିକ ପରୀକ୍ଷଣ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା।

ଗୁରୁବାର ଦିନ ଉତ୍ତର କୋରିଆର ପୂର୍ବ ଉପକୂଳ ଅନ୍ତର୍ଗତ ଦୂର ଜଳରାଶି ମଧ୍ୟରେ ‘ହୈଲି’ ବା ‘ସୁନାମି’ ନାମରେ ଖ୍ୟାତ ଏହି ନୂତନ ‘ବୁଡ଼ା-ଡ୍ରୋନ୍‌’ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଜଳରାଶିର ୨୬୦ରୁ ୫୦୦ ଫୁଟ୍‌ ଗଭୀରରେ ଏହି ‘ବୁଡ଼ା-ଡ୍ରୋନ୍‌’ ୫୯ ଘଣ୍ଟାରୁ ଅଧିକ ସମୟ ଘୂରିବୁଲିବା ପରେ ବିସ୍ଫୋରିତ ହୋଇଥିଲା ବୋଲି ‘କେସିଏନ୍‌ସି’ କହିଛି। ଏହି ‘ବୁଡ଼ା-ଡ୍ରୋନ୍‌’କୁ ଯେକୌଣସି ସମୁଦ୍ର ଉପକୂଳ ଓ ବନ୍ଦରରେ ମୁତୟନ କରାଯାଇପାରିବ।

ଏହାଛଡ଼ା, ପାଣିଜାହାଜଦ୍ବାରା ଏହାକୁ ଟାଣି ଟାଣି ଗଭୀର ସମୁଦ୍ର ମଧ୍ୟକୁ ବି ନିଆଯାଇ ପାରିବ। ରାଷ୍ଟ୍ରାୟାତ ଗଣମାଧ୍ୟମ ‘କେସିଏନ୍‌ଏ’ କହିଛି ଯେ, ଏହି ଯୁଦ୍ଧାସ୍ତ୍ର ପାଣିରେ ବୁଡ଼ି ବୁଡ଼ି ଯୁଦ୍ଧପୋତ ଆଦି ଥିବା ଅଞ୍ଚଳକୁ ପ୍ରବେଶ କରି ଶତ୍ରୁପକ୍ଷର ଯୁଦ୍ଧପୋତକୁ ଚିହ୍ନଟ କରିବା ସହ ବିସ୍ଫୋରଣ କରି ନଷ୍ଟ କରିଦେବ। ଜଳରାଶିରେ ଏହି ଆଣବିକ ବିସ୍ଫୋରଣ ଯୋଗୁଁ ଅତି ପ୍ରବଳ ‘ତେଜଷ୍କ୍ରିୟ ବିକିରଣ ସୁନାମି’ ସୃଷ୍ଟି ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ