Masthead

‘ରାହୁଲଙ୍କ ଅହଙ୍କାର ବଡ଼, ବୁଝାବଣା ଛୋଟ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ସଭାପତି ଜେପି ନଡ୍ଡା । ଶୁକ୍ରବାର ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିବାକୁ ନେଇ ରାହୁଲଙ୍କ ଉପରେ ବର୍ଷିଛନ୍ତି ନଡ୍ଡା । ନଡା କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ତଥ୍ୟ ବିଷୟରେ ଅଜ୍ଞାତ ଏବଂ ମନଗଢା ଅଭିଯୋଗ କରିବାର ତାଙ୍କର ପୁରୁଣା ଅଭ୍ୟାସ ରହିଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ରାଫଲେ ନାମରେ ଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟ ତାଗିଦ କରିଥିଲେ। ମନଗଢା ଅଭିଯୋଗ ପାଇଁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।

ରାହୁଲ ଗାନ୍ଧୀଙ୍କ ଅହଂକାର ବହୁତ ବଡ ଏବଂ ବୁଝାମଣା ବହୁତ ଛୋଟ। ତାଙ୍କର ରାଜନୈତିକ ଲାଭ ପାଇଁ ସେ ସମଗ୍ର ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିଲେ। ସମାଜ ତଥା କୋର୍ଟ ଦ୍ୱାରା ବାରମ୍ବାର କ୍ଷମା ପ୍ରାର୍ଥନା କରିବାର ବିକଳ୍ପକୁ ସେ ଅଣଦେଖା କରିଥିଲେ ଏବଂ ଓବିସି ସମ୍ପ୍ରଦାୟର ଭାବନାକୁ କ୍ରମାଗତ ଭାବରେ ଆଘାତ ଦେଇଥିଲେ। ଗଣତାନ୍ତ୍ରିକ ଢଙ୍ଗରେ ରାହୁଲଙ୍କ ଏହି ଅପମାନ ପାଇଁ ପୁରା ଓବିସି ସମ୍ପ୍ରଦାୟ ପ୍ରତିଶୋଧ ନେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ