Before Header

କେନ୍ଦ୍ର ସରକାର ଯାହା ଘୋଷଣା କରନ୍ତି, ତାହା ଦିଅନ୍ତିନି : ଅରୁଣ ସାହୁ

0 26

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗମନାଗମନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ । ଶୂନ୍ୟକାଳରେ ଉଠାଇଲେ କେନ୍ଦ୍ର ଅବହେଳା ପ୍ରସଙ୍ଗ । ରେଳ ବଜେଟକୁ ନେଇ କଲେ କଡ଼ା ସମାଲୋଚନା । କହିଲେ କେନ୍ଦ୍ର ସରକାର ଯାହା ଅର୍ଥ ଘୋଷଣା କରନ୍ତି, ତାହା ଦିଅନ୍ତିନି । ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଉଠାଇ କଲେ ସମାଲୋଚନା ।

ଏବେ ବି ଓଡ଼ିଶାର ବହୁ ଜିଲ୍ଲା ରେଳ ସଂଯୋଗ ଯାଇନାହିଁ । ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ କହିଲେ କେନ୍ଦ୍ର କେବଳ ବଡ ବଡ ଘୋଷଣା କରୁଛନ୍ତି । ହେଲେ ଦେଉନାହାନ୍ତି । ତେଣୁ ବାଚସ୍ପତି ରୁଲି ଦେବାକୁ ଦାବି କଲା ବିଜେଡି । କେତେ ଟଙ୍କା ଦେଇଛନ୍ତି ଓ କେତେ ଖର୍ଚ୍ଚ କରିଛନ୍ତି ହିସାବ ଦିଅନ୍ତୁ କେନ୍ଦ୍ର ସରକାର ବୋଲି ଦାବି କଲେ ଅରୁଣ ସାହୁ ।

Leave A Reply

Your email address will not be published.