Masthead

ଶିକ୍ଷାର ବିକାଶ ନହେଲେ ଅର୍ଥନୈତିକ ଓ ସାମାଜିକ ବିକାଶ ଅସମ୍ଭବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାଙ୍କ ସହ ସ୍ୱର ମିଳାଇଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଶିକ୍ଷାର ବିକାଶ ନହେଲେ ଅର୍ଥନୈତିକ ଓ ସାମାଜିକ ବିକାଶ ଅସମ୍ଭବ। ବିରୋଧୀଙ୍କ ଉତ୍ତର ଦେବାକୁ ଯାଇ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ସ୍କୁଲ ରୂପାନ୍ତରଣ ନାଁରେ ରଙ୍ଗବୋଳା କାମ ଚାଲିଛି। ରଙ୍ଗ ବୋଳିଦ ଦେଲେ ଶିକ୍ଷାର ମାନ ବଢିଯିବ ନାହିଁ। ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡିଯାଉଛି। ମାଧ୍ୟମିକ ଶିକ୍ଷା ସ୍ତରରେ ଡ୍ରାପ ଆଉଟ ହାର ୨୭.୨୬ ପ୍ରତିଶତ । ଯାହା ସମଗ୍ର ଦେଶରେ ସର୍ବାଧିକ ବୋଲି ବିଜେପି କହିଛି ।

ମୁଲତବୀ ପ୍ରସ୍ତାବରେ ଭାଗ ନେଇ କଂଗ୍ରେସ କହିଛି ଯେଉଁ ପର୍ୟ୍ୟନ୍ତ ଶିକ୍ଷାର ବିକାଶ ହେଇନି ସେ ପର୍ୟ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ବିକାଶ ହେବ ଅସମ୍ଭବ। ଦରିଦ୍ର ଦୂରୀକରଣ ମଧ୍ୟ ଶିକ୍ଷ ବିକାଶ ବିନା ହୋଇପାରିବ ନାହିଁ।

ଗଣଶିକ୍ଷା ମନ୍ତ୍ରୀ ଉତ୍ତର ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦରମା ବାବଦରେ କେନ୍ଦ୍ର ସରକାର ୯୨ହଜାର୩୩୭ ଶିକ୍ଷକଙ୍କ ପାଇଁ୧୨୫୮ କୋଟି ଟଙ୍କା ଦେଉଛନ୍ତି। ପ୍ରତି ଶିକ୍ଷକଙ୍କ ପିଛା ୧୧ ହଜାର ଟଙ୍କା ପଡୁଚି । କିନ୍ତୁ ରାଜ୍ୟ ସରକାର ଶିକ୍ଷକଙ୍କୁ ସର୍ବନିମ୍ନ ୩୩ହଜାର ଟଙ୍କା ଦରମା ଦେଉଛନ୍ତି। ୨୦୨୨-୨୩ରେ ଡ୍ରପ ଆଉଟ ହାର ୧୬.୪ ପ୍ରତିଶତ ରହିଛି । ଯାହାକି ଅନ୍ୟରାଜ୍ୟ ତୁଳନାରେ କାମ । ଯଦି ରଙ୍ଗକୁ ନେଇ କହିବେ ଆଉ ଦେଶରେ ରୁହନ୍ତୁନି। ବାଡିରେ ଗଛ ଲଗାନ୍ତୁନି। ତାଙ୍କୁ ସବୁଜ ରଙ୍ଗ ହୁଏତ ଆଲେର୍ଜି ହେଉଛି ବୋଲି କହି କଟାକ୍ଷ କରିଛନ୍ତି ମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ