Masthead

ଗାନ୍ଧି କ୍ଷମା ମାଗନ୍ତି ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଂସଦ ପଦ ରଦ୍ଦ ହେବାର ଦିନକ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ଗାନ୍ଧି କହିଛନ୍ତି ମୁଁ ସାବରକର ନୁହେଁ, ମୁଁ ଗାନ୍ଧି । ଗାନ୍ଧି କ୍ଷମା ମାଗନ୍ତି ନାହିଁ । ପ୍ରେସମିଟରେ ଆଦାନୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି, ଆଦାନୀର ସେଲ କମ୍ପାନୀ ମାନଙ୍କ ପାଖକୁ ୨୦ହଜାର କୋଟି କେଉଁଠୁ ଆସିଲା । ତାହାର ତଦନ୍ତ ହେଉ । ଆଦାନୀ ଜଣେ ଭ୍ରଷ୍ଟ ବ୍ୟକ୍ତି ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ କାହିଁକି ବଞ୍ଚାଉଛନ୍ତି । ବିଜେପିର ଲୋକମାନେ କହୁଛନ୍ତି ଆଦାନୀ ଉପରେ ଆକ୍ରମଣ ଦେଶ ଉପରେ ଆକ୍ରମଣ । ଏବଂ ଆଦାନୀଙ୍କୁ ସମାଲୋଚନା କରିବାରୁ ମୋ ସଦସ୍ୟ ପଦ ରଦ୍ଦ କରାଯାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧି ।

ରାହୁଲ ଆହୁରି କହିଛନ୍ତି, କୋର୍ଟଙ୍କ ଦଣ୍ଡ ବିଧାନରେ ମୋତେ କୌଣସି ଫରକ ପଡ଼ୁନି । ସତ୍ୟ ପାଇଁ ଲଢେଇ ଜାରି ରହିବ । ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମୋ ଲଢେଇ ଜାରି ରହିବ । ମୋତେ ସଂସଦର ସଦସ୍ୟତା ମିଳୁ ବା ନ ମିଳୁ ମୁଁ ମୋ କାମ କରିବି । ସଂସଦ ଭିତରେ ହେଉ ବା ବାହାରେ ହେଉ ମୁଁ ମୋ କାମ କରିବିି । ପ୍ରେସମିଟରେ ସାମ୍ବାଦିକ ପ୍ରଶ୍ନ କରିଥିଲେ, ଆପଣ ଚାହିଁଥିଲେ କ୍ଷମା ମାଗି ପାରିଥାନ୍ତେ । ଏହାର ଉତ୍ତରରେ ରାହୁଲ ଗାନ୍ଧି କହିଥିଲେ, ‘ମୁଁ ସାବରକର ନୁହେଁ, ମୁଁ ଗାନ୍ଧି, ଗାନ୍ଧି କ୍ଷମା ମାଗନ୍ତି ନାହିଁ’।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼