Masthead

ମୋଦି ଶାସନରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମାତ୍ର ଛଅ ବର୍ଷ ମଧ୍ୟରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଭାରତୀୟ ଉଦ୍ୟୋଗୀ । ଅର୍ଥାତ ୨୦୧୪ ମସିହାରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫ ହଜାର ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୨୩ ହଜାର ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି । ଏହାର ଖୁଲାସା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର କରିଛନ୍ତି । ତେବେ ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ୨୩ ହଜାର ଧନୀ ଉଦ୍ୟୋଗୀ ଭାରତ ଛାଡ଼ିଛନ୍ତି । ଯାହାକି ବିଶ୍ୱରେ ସର୍ବାଧିକ । ସେହିପରି ୨୦୧୯ ମସିହାରେ ୭ ହଜାର ଉଦ୍ୟୋଗୀ ଦେଶ ଛାଡ଼ିଥିବାର ସୂଚନା ମିଳିଛି । ସେପଟେ ଜିବ୍ଲ୍ୟୁଏମ ରିଭ୍ୟୁ ଅନୁସାରେ ୨୦୨୦ରେ ୫ ହଜାର ଏଣ୍ଟରପ୍ରିନ୍ୟୁର ଦେଶ ବାହାରକୁ ଯାଇଛନ୍ତି । ଏହାକୁ ମିଶାଇ ମୋଟ ୨୦୧୪ରୁ ୨୦୨୦ ମସିହା ମଧ୍ୟରେ ମୋଟ ୩୫ ହଜାର ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି ବୋଲି କୋଲକାତା ଅର୍ଥମନ୍ତ୍ରୀ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅମଳରେ ଏତେ ସଂଖ୍ୟକ ଉଦ୍ୟୋଗୀଙ୍କ ଗଣପଳାୟନକୁ ନେଇ ପାର୍ଲାମେଣ୍ଟରେ ଶ୍ୱେତପତ୍ର ଜାରି କରନ୍ତୁ । ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ୧୯ ମିନିଟର ଭତ୍ସନାକୁ ମନେପକାନ୍ତୁ । ଭାରତୀୟ ଶିଳ୍ପଗୁଡ଼ିକ ଜାତୀୟ ସ୍ୱାର୍ଥର ପରପନ୍ଥୀ ବୋଲି ଗୋୟଲ କହିବା ସହ ସେଗୁଡ଼ିକୁ ଦେଶବିରୋଧୀ ଅଭିହିତ କରିଥିଲେ । ଭାରତରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏଣ୍ଟରପ୍ରିନ୍ୟୁରମାନେ ବିଦେଶକୁ ଚାଲିଯାଉଛନ୍ତି କି? ମୋଦି ଗୋଏଲଙ୍କୁ ଏନେଇ କାହିଁକି ତାଗିଦ କଲେ ନାହିଁ ବୋଲି ଟ୍ୱିଟ କରି ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି । କାହିଁକିନା ୨୦୧୪ ମସିହାରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୨୦୨୦ ମଧ୍ୟରେ ୩୫ ହଜାର ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ