Masthead

ଜାପାନ ଗସ୍ତକୁ ନେଇ ବୟାନବାଜି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ବିଜେଡି ସ୍ୱାଗତ କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ନାପସନ୍ଦ କରିଛନ୍ତି । ଚାଲିଛି ବିଧାନସଭାର ବଜେଟ ଅଧିବେଶନ । ଚାଲିଛି ରାଜ୍ୟର ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଠିକ୍ ଏହି ସମୟରେ ବିଦେଶରୁ ପୁଞ୍ଜି ଯୋଗାଡରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବିରୋଧୀ ଖପ୍ପା । ବିଧାନସଭା ଏପ୍ରିଲ ୬ ଯାଏ ଚାଲିବ। ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି। ସେ କୁଆଡେ ନଯାଇ ଗୃହରେ ଉପସ୍ଥିତ ରୁହନ୍ତୁ, ଉତ୍ତର ରଖନ୍ତୁ ବୋଲି କଂଗ୍ରେସ କହିଛି । ମୁଖ୍ୟମନ୍ତ୍ରୀ ବିଦେଶ ଯାନ୍ତୁ । ଏଫଡିଆଇ ଆଣନ୍ତୁ । କିଛି ଅସୁବିଧା ନାହିଁ। କିନ୍ତୁ ବିଧାନସଭା ପରେ ଯାଇପରିଥାନ୍ତେ।

ପୂର୍ବରୁ ୟୁରୋପ, ଦୁବାଇକୁ ଯାଇଛନ୍ତି। ସେଠାରୁ କେତେ ପୁଞ୍ଜି ନିବେଶ ଆସିଲା ବୋଲି ବିଜେପି ପ୍ରଶ୍ନ କରିଛି । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଅତି ଖୁସିର କଥା ବୋଲି କହିଛି ବିଜେଡି । ଜାପାନ ଗ୍ରୁପକୁ ରାଜ୍ୟ ସରକାରଙ୍କ ପ୍ରତିନିଧି ପୂର୍ବରୁ ଭେଟିଥିଲେ। ଜାପାନରେ ଅଧିକ ଟେ୍କନୋଲୋଜି ଭିତ୍ତିକ ଶିଳ୍ପ ଅଛି। ମୁଖ୍ୟମନ୍ତ୍ରୀ ବିଦେଶରୁ ଅଧିକ ପୁଞ୍ଜି ଆଣିବେ । ପୁଞ୍ଜିନିବେଶ ପାଇଁ ଏବେ ପ୍ରତିଯୋଗିତା ଚାଲିଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ଗୁରୁତ୍ବ ଦେଉଛନ୍ତି। ସାରା ଦେଶରେ ପୁଞ୍ଜିନିବେଶରେ ଓଡ଼ିଶା ବଡ ସଫଳତା ପାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଦେଶଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ବିଜେଡି ସ୍ୱାଗତ କରିଛି । ଅପେକ୍ଷରେ ଓଡ଼ିଶାବାସୀ, ଏଫଡିଆଇ ରାଜ୍ୟ ପାଇଁ କେତେ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ