Masthead

ଛତିଶଗଡ଼ ବ୍ୟାରେଜ କଲା, ଓଡ଼ିଶା ସରକାର କ’ଣ କରୁଥିଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ସମୟରେ କମିଯାଉଛି ଜଳସ୍ତର । ରାଜ୍ୟରେ ଜଳନୀତି ନଥିବା ବେଳେ ମହାନଦୀ ଟ୍ରିବୁ୍ୟନାଲ ଉପରେ ସରକକାରଙ୍କ ଭରସା । ତେଣେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।  ଅଣ ମୌସୁମୀ ସମୟରେ ଶୁଖିଯାଉଛି ମହାନଦୀର ଜଳସ୍ତର । ୧୬ରୁ ଉଦ୍ଧ୍ୱର୍ ଜିଲ୍ଲାବାସୀଙ୍କ ଜୀବନଜୀବିକା ବିପନ୍ନ । ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୪ ଦିନରେ ଗୋଟିଏ ଫୁଟ୍ କମୁଛି । ମେ’ରେ ୬୦୦ ଫୁଟରେ ପହଞ୍ଚିବ। ଟ୍ରିବୁ୍ୟନାଲରେ ନିଷ୍ପତ୍ତି ହେଲା ନାହିଁ। ଇଣ୍ଟେରିମ ରିଲିଫ୍ ଦେଲେ ବି ନାହିଁ । ନ୍ୟାୟକୁ ଅପେକ୍ଷା ନକରି ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡିବେ, ସମସ୍ୟାର ସମାଧାନ ହେବ। କଂଗ୍ରେସ କହିଛି ।

୨୦୦୦ରୁ ଗୃହରେ ମହାନଦୀ ପ୍ରସଙ୍ଗ ଆଲୋଚନା ହୋଇ ହୋଇ ଚାଲିଛି । ଆଲୋଚନା ପାଇଁ ସରକାର ଆହ୍ୱାନ ଦେଲେ । ଆମେ ଯେତେବେଳେ ମୋସନ ଦେଲୁ ସେତେବେଳେ ସରକାର ପଛ ଘୁଂଚା ଦେଲେ। ଦୁଇ ଦୁଇଟି ଗୃହ କମିଟି ହେଲା। ଥରଟିଏ ମିଟିଂ ଡାକିଛନ୍ତି? ବିରୋଧୀ ଦଳ ମାନଙ୍କୁ ବିଶ୍ୱାସ ନେଉନାହାନ୍ତି। ଯେଉଁଥିପାଇଁ ଫେଲ୍ ମାରୁଛନ୍ତି।  ମାର୍ଚ୍ଚରେ ମହାନଦୀ ଅବସ୍ଥା ସାଂଘାତିକ । ଟ୍ରିବୁ୍ୟନାଲରେ ରହିଛି ମହାନଦୀ ଜଳ ବିବାଦ । କୋର୍ଟଙ୍କ ନିଦେ୍ର୍ଦଶରେ ଛତିଶଗଡ଼ ଓ ଓଡ଼ିଶା ଆସିବେ କମିଟି । ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସମସ୍ତେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଏକାଠି ହେବାକୁ ବିଜେଡି ଆହ୍ୱାନ ଦେଇଛି । ତେଣେ ମହାନଦୀ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ । ପ୍ରଶ୍ନ କରିଛନ୍ତି, ଛତିଶଗଡ଼ ବ୍ୟାରେଜ କଲା, ଓଡ଼ିଶା କ’ଣ କରୁଥିଲା? ରାଜ୍ୟରେ ଅଧିକ ପାରି ହୋଇଗଲେ ରାଜନୀତି ବି ଜୋର ଧରେ । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଥରୁଟିଏ ମଧ୍ୟ ଆଲୋଚନା କରିନାହାନ୍ତି ।  ମହାନଦୀ ଶୁଖିଲା । ଜଳ ପାଇଁ ଏବେ ହାହାକାର । ବିଧାନସଭାଠାରୁ ଆରମ୍ଭ କରି ବାହାରେ ମଧ୍ୟ ମହାନଦୀ ତାତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ