Masthead

ଏନଏସି ଦାବିରେ ବିକ୍ଷୋଭ ଓ ପ୍ରତିବାଦ ସଭା

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ଏନଏସି ଘୋଷଣା ନହେବା ପ୍ରତିବାଦରେ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ତେବେ ନିକଟରେ ରାଜ୍ୟ ସରକାର ୩୫ ଟି ନୂତନ ଏନଏସି ଗଠନ ହେବାର ଘୋଷଣା କରିଥିବା ବେଳେ, ବାଲିଆପାଳକୁ ଏନଏସି ଘୋଷଣାରୁ ବାଦ୍ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ୧୯୯୭ ମସିହାରେ ତତ୍କାଳୀନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ଉଦ୍ୟମରେ ବାଲିଆପାଳ କୁ ଏନଏସି ମାନ୍ୟତା ପାଇଁ ସର୍ଭେ ହେବାସହ ନଗର ଉନ୍ନୟନ ବିଭାଗ ତରଫରୁ କେବଳ ଘୋଷଣା କରିବାର ଥିଲା।

ତେବେ ନିକଟରେ ରାଜ୍ୟ ସରକାର ୩୫ ଟି ନୂତନ ଏନଏସି ଗଠିତ ହୋଇଥିବା ଘୋଷଣା କରିଥିବା ବେଳେ ବାଲିଆପାଳକୁ ବାଦ୍ ଦିଆଯାଇଛି। ତେବେ ଏହାକୁ ପ୍ରତିବାଦ କରି ବସ୍ତା ଯୁବକଂଗ୍ରେସର ସଭାପତି ତୀର୍ଥ କୁମାର ନାଗ୍ ଓ ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ସଭାପତି ସୁବାସ କୁମାର ନାୟକଙ୍କ ନେତୃତ୍ବରେ ଶହଶହ ଯୁବ କଂଗ୍ରେସ କର୍ମୀ ଜଗନ୍ନାଥ ମନ୍ଦିର ଠାରୁ ମୋଟର ସାଇକେଲ ଶୋଭାଯାତ୍ରାରେ ଥାନାଛକ ପର୍ଯ୍ୟନ୍ତ ଯାଇଥିବା ବେଳେ ବ୍ଲକ୍ ଛକ ସାମ୍ନାରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ। ତେବେ ରାଜ୍ୟ ସରକାର ବାଲିଆପାଳକୁ ଏନଏସି ଘୋଷଣା ନକଲେ ଆଗାମୀ ଦିନରେ ଯୁବକଂଗ୍ରେସ୍ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ମତବ୍ୟକ୍ତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା