Before Header

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ

0 10

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଜ ସଂସ୍କୃତି ଓ ଜଙ୍ଗଲ ଜମିର ସୁରକ୍ଷା ପାଇଁ ରାଜଧାନୀ ରାଜରାସ୍ତାରେ ଗର୍ଜିଛି ଜନଜାତି ସୁରକ୍ଷା ମଞ୍ଚ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାମିଲ ହୋଇଥିଲେ ହଜାର ହଜାର ଆଦିବାସୀ । ତେଣେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ରାଜନୈତିକ ଦଳଗୁଡିକ ଅଣ୍ଟାଭିଡିଛନ୍ତି । ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ । ମାଟି ମାଆର ସୁରକ୍ଷା ପାଇଁ ପାରମ୍ପରିକ ପୋଷାକ ପରିଧାନ କରି ଅସ୍ତ୍ରଶସ୍ତ୍ର ଧରି ପ୍ରଦର୍ଶନ କରିଥିଲେ ଶକ୍ତି ଓ ସାମର୍ଥ୍ୟ । ଯେଉଁ ଆଦିବାସୀମାନେ ଧର୍ମ ପରିବର୍ତ୍ତନ କରି ନାହାନ୍ତି ସେମାନଙ୍କ ପାଇଁ ସଂରକ୍ଷଣ ଜରୁରୀ ବୋଲି ଆଦିବାସୀ ନେତା କହିଛନ୍ତି ।  ରାଜଧାନୀରେ ଆଦିବାସୀମାନେ ନିଜ ଅଧିକାର ପାଇଁ ଗର୍ଜୁଥିବା ବେଳେ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଥିଲା ଭୋଟ ରାଜନୀତି ।

ବିଜେଡି କହିଛି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ପାଇଁ ଅନେକ କଥା କରିଛନ୍ତି। SDC ବିଭିନ୍ନ ଜିଲ୍ଲାରେ କାମ କରୁଛି। Tribal area ରେ ଅଧିକ ବିଜେଡି ବିଧାୟକ ଜିତିଛନ୍ତି। ଅଧିକ ଭୋଟ ମିଳୁଛି। ଆଗକୁ ମିଳିବ ମଧ୍ୟ। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ଆସିବେ । କିନ୍ତୁ କୌଣସି ପ୍ରଭାବ ପଡ଼ିବନି। ବିଜେପି କହିଛି ବିରୋଧୀ ଯାହା କହୁଛନ୍ତି tribal vote politics ଆଦୌ ନୁହେଁ। ବିରୋଧୀଙ୍କ ଅଭିଯୋଗ ନିରାଧାର। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ଆଦିବାସୀ ହେଉଛନ୍ତି ନିରୀହ । ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତଉଛନ୍ତି ରାଜ୍ୟ ସରକାର ।
ପାରମ୍ପରିକ ବାଦ୍ୟ ଏବଂ ଅସ୍ତ୍ରଶସ୍ତ୍ର ଧରି ରାଜଧାନୀରେ ଶୋଭାଯାତ୍ରାରେ ବାହାରିଥିଲେ ଅଦିବାସୀ । ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ କରିଥିଲେ ପ୍ରୟାସ।

Leave A Reply

Your email address will not be published.