Masthead

ଭଏଁରାଘୁମର ଜଳପ୍ରପାତର ବିକାଶ ପାଇଁ ୨ ଲକ୍ଷ ଟଙ୍କା ମଞ୍ଜୁର

ଚନ୍ଦାହାଣ୍ଡି (ବଡ଼ ଖବର ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁହୁଡି ପଞ୍ଚାୟତ ବରୀନଦୀରେ ଥିବା ଭଏଁରାଘୁମର ଜଳପ୍ରପାତର ବିକାଶ ଲାଗି ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ଆଜି ନବାରଙ୍ଗପୁର ଜିଲ୍ଲାପାଳ ଭଏଁରାଘୁମର ଜଳପ୍ରପାତ ପରିଦର୍ଶନ କରି ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସମ୍ପର୍କରେ ଚନ୍ଦାହାଣ୍ଡି ବିଡ଼ିଓ ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ।

କୁହୁଡି ଠାରୁ ଭଏଁରାଘୁମରକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଭଏଁରାଘୁମର ଜଳପ୍ରପାତକୁ ବଣଭୋଜି କରିବା ପାଇଁ ଚନ୍ଦାହାଣ୍ଡି ସମେତ ପଡୋଶୀ କଳାହାଣ୍ଡି ଏବଂ ଛତିଶଗଡ ରାଜ୍ୟର ପର୍ଯ୍ୟଟକମାନେ ଆସିଥାନ୍ତି । କୁହୁଡି ଠାରୁ ଭଏଁରାଘୁମର ଜଳପ୍ରପାତ ଯାଏଁ ରାସ୍ତା ନଥିବାରୁ ପର୍ଯ୍ୟଟକମାନେ ନାହିଁ ନଥିବା ସମସ୍ୟା ଭୋଗିଥାନ୍ତି । ଭଏଁରାଘୁମର ଜଳପ୍ରପାତର ବିକାଶ ପାଇଁ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ତାଙ୍କ ବିଧାୟକ ଫାଣ୍ଠିରୁ ୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ