Masthead

ଭଏଁରାଘୁମର ଜଳପ୍ରପାତର ବିକାଶ ପାଇଁ ୨ ଲକ୍ଷ ଟଙ୍କା ମଞ୍ଜୁର

ଚନ୍ଦାହାଣ୍ଡି (ବଡ଼ ଖବର ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁହୁଡି ପଞ୍ଚାୟତ ବରୀନଦୀରେ ଥିବା ଭଏଁରାଘୁମର ଜଳପ୍ରପାତର ବିକାଶ ଲାଗି ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ଆଜି ନବାରଙ୍ଗପୁର ଜିଲ୍ଲାପାଳ ଭଏଁରାଘୁମର ଜଳପ୍ରପାତ ପରିଦର୍ଶନ କରି ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସମ୍ପର୍କରେ ଚନ୍ଦାହାଣ୍ଡି ବିଡ଼ିଓ ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ।

କୁହୁଡି ଠାରୁ ଭଏଁରାଘୁମରକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଭଏଁରାଘୁମର ଜଳପ୍ରପାତକୁ ବଣଭୋଜି କରିବା ପାଇଁ ଚନ୍ଦାହାଣ୍ଡି ସମେତ ପଡୋଶୀ କଳାହାଣ୍ଡି ଏବଂ ଛତିଶଗଡ ରାଜ୍ୟର ପର୍ଯ୍ୟଟକମାନେ ଆସିଥାନ୍ତି । କୁହୁଡି ଠାରୁ ଭଏଁରାଘୁମର ଜଳପ୍ରପାତ ଯାଏଁ ରାସ୍ତା ନଥିବାରୁ ପର୍ଯ୍ୟଟକମାନେ ନାହିଁ ନଥିବା ସମସ୍ୟା ଭୋଗିଥାନ୍ତି । ଭଏଁରାଘୁମର ଜଳପ୍ରପାତର ବିକାଶ ପାଇଁ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ତାଙ୍କ ବିଧାୟକ ଫାଣ୍ଠିରୁ ୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼