Masthead

ଛତିଶଗଡ଼ ବ୍ୟାରେଜ କଲା, ଓଡ଼ିଶା ସରକାର କ’ଣ କରୁଥିଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ସମୟରେ କମିଯାଉଛି ଜଳସ୍ତର । ରାଜ୍ୟରେ ଜଳନୀତି ନଥିବା ବେଳେ ମହାନଦୀ ଟ୍ରିବୁ୍ୟନାଲ ଉପରେ ସରକକାରଙ୍କ ଭରସା । ତେଣେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।  ଅଣ ମୌସୁମୀ ସମୟରେ ଶୁଖିଯାଉଛି ମହାନଦୀର ଜଳସ୍ତର । ୧୬ରୁ ଉଦ୍ଧ୍ୱର୍ ଜିଲ୍ଲାବାସୀଙ୍କ ଜୀବନଜୀବିକା ବିପନ୍ନ । ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୪ ଦିନରେ ଗୋଟିଏ ଫୁଟ୍ କମୁଛି । ମେ’ରେ ୬୦୦ ଫୁଟରେ ପହଞ୍ଚିବ। ଟ୍ରିବୁ୍ୟନାଲରେ ନିଷ୍ପତ୍ତି ହେଲା ନାହିଁ। ଇଣ୍ଟେରିମ ରିଲିଫ୍ ଦେଲେ ବି ନାହିଁ । ନ୍ୟାୟକୁ ଅପେକ୍ଷା ନକରି ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡିବେ, ସମସ୍ୟାର ସମାଧାନ ହେବ। କଂଗ୍ରେସ କହିଛି ।

୨୦୦୦ରୁ ଗୃହରେ ମହାନଦୀ ପ୍ରସଙ୍ଗ ଆଲୋଚନା ହୋଇ ହୋଇ ଚାଲିଛି । ଆଲୋଚନା ପାଇଁ ସରକାର ଆହ୍ୱାନ ଦେଲେ । ଆମେ ଯେତେବେଳେ ମୋସନ ଦେଲୁ ସେତେବେଳେ ସରକାର ପଛ ଘୁଂଚା ଦେଲେ। ଦୁଇ ଦୁଇଟି ଗୃହ କମିଟି ହେଲା। ଥରଟିଏ ମିଟିଂ ଡାକିଛନ୍ତି? ବିରୋଧୀ ଦଳ ମାନଙ୍କୁ ବିଶ୍ୱାସ ନେଉନାହାନ୍ତି। ଯେଉଁଥିପାଇଁ ଫେଲ୍ ମାରୁଛନ୍ତି।  ମାର୍ଚ୍ଚରେ ମହାନଦୀ ଅବସ୍ଥା ସାଂଘାତିକ । ଟ୍ରିବୁ୍ୟନାଲରେ ରହିଛି ମହାନଦୀ ଜଳ ବିବାଦ । କୋର୍ଟଙ୍କ ନିଦେ୍ର୍ଦଶରେ ଛତିଶଗଡ଼ ଓ ଓଡ଼ିଶା ଆସିବେ କମିଟି । ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସମସ୍ତେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଏକାଠି ହେବାକୁ ବିଜେଡି ଆହ୍ୱାନ ଦେଇଛି । ତେଣେ ମହାନଦୀ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ । ପ୍ରଶ୍ନ କରିଛନ୍ତି, ଛତିଶଗଡ଼ ବ୍ୟାରେଜ କଲା, ଓଡ଼ିଶା କ’ଣ କରୁଥିଲା? ରାଜ୍ୟରେ ଅଧିକ ପାରି ହୋଇଗଲେ ରାଜନୀତି ବି ଜୋର ଧରେ । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଥରୁଟିଏ ମଧ୍ୟ ଆଲୋଚନା କରିନାହାନ୍ତି ।  ମହାନଦୀ ଶୁଖିଲା । ଜଳ ପାଇଁ ଏବେ ହାହାକାର । ବିଧାନସଭାଠାରୁ ଆରମ୍ଭ କରି ବାହାରେ ମଧ୍ୟ ମହାନଦୀ ତାତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ