Masthead

ଅମୃତପାଲ ଫେରାର, ନେପାଳରେ ହାଇଆଲର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଳାତକ ଅମୃତପାଲ ସିଂଙ୍କୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିଛନ୍ତି ନେପାଳ ସରକାର । ଅମୃତପାଲ ସିଂଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି । ଭାରତ ସରକାରଙ୍କ ଅପିଲ ପରେ ନେପାଳ ସରକାର ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅମୃତପାଲ ନେପାଳରେ ଲୁଚି ରହିଥିବା ଅନୁମାନ କରାଯାଉଛି । ନେପାଳରୁ ଅନ୍ୟ ଦେଶକୁ ଲୁଚିଛପି ପଳାଇ ଯାଇପାରନ୍ତି ବୋଲି ଯାଞ୍ଚ ଏଜେନ୍ସି ଅନୁମାନ କରିଛି । ନେପାଳର ଇମିଗ୍ରେଶନ ବିଭାଗ ପକ୍ଷରୁ କୁହାଯାଇଛି କି ଭାରତୀୟ ଦୂତାବାସରୁ ଏକ ଲିଖିତ ନୋଟ ଓ ଅମୃତପାଲ ସିଂଙ୍କ ପାସପୋର୍ଟର ଏକ କପି ମିଳିଛି ।

ଦୂତାବାସ ଅନୁମାନ କରୁଛି କି ଅମୃତପାଲ ନେପାଳରେ ପହଞ୍ଚି ସାରିଛନ୍ତି । ଭାରତୀୟ ଦୂତାବାସ ଅମ୍ରିତପାଲ ସିଂଙ୍କୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିବାକୁ ଅପିଲ କରିଥିଲା । ଭାରତୀୟ ଦୂତାବାସ ଅପିଲ କରିଥିଲା କି ଅମୃତପାଲ ସିଂଙ୍କୁ ଅନ୍ୟ କୌଣସି ଦେଶ ଯିବାକୁ ଅନୁମତି ଦିଆ ନ ଯାଉ । ଯେଉଁଥିପାଇଁ ନେପାଳ ସରକାର ଅମୃତପାଲଙ୍କୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ