Masthead

ଅମୃତପାଲ ଫେରାର, ନେପାଳରେ ହାଇଆଲର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଳାତକ ଅମୃତପାଲ ସିଂଙ୍କୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିଛନ୍ତି ନେପାଳ ସରକାର । ଅମୃତପାଲ ସିଂଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି । ଭାରତ ସରକାରଙ୍କ ଅପିଲ ପରେ ନେପାଳ ସରକାର ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅମୃତପାଲ ନେପାଳରେ ଲୁଚି ରହିଥିବା ଅନୁମାନ କରାଯାଉଛି । ନେପାଳରୁ ଅନ୍ୟ ଦେଶକୁ ଲୁଚିଛପି ପଳାଇ ଯାଇପାରନ୍ତି ବୋଲି ଯାଞ୍ଚ ଏଜେନ୍ସି ଅନୁମାନ କରିଛି । ନେପାଳର ଇମିଗ୍ରେଶନ ବିଭାଗ ପକ୍ଷରୁ କୁହାଯାଇଛି କି ଭାରତୀୟ ଦୂତାବାସରୁ ଏକ ଲିଖିତ ନୋଟ ଓ ଅମୃତପାଲ ସିଂଙ୍କ ପାସପୋର୍ଟର ଏକ କପି ମିଳିଛି ।

ଦୂତାବାସ ଅନୁମାନ କରୁଛି କି ଅମୃତପାଲ ନେପାଳରେ ପହଞ୍ଚି ସାରିଛନ୍ତି । ଭାରତୀୟ ଦୂତାବାସ ଅମ୍ରିତପାଲ ସିଂଙ୍କୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିବାକୁ ଅପିଲ କରିଥିଲା । ଭାରତୀୟ ଦୂତାବାସ ଅପିଲ କରିଥିଲା କି ଅମୃତପାଲ ସିଂଙ୍କୁ ଅନ୍ୟ କୌଣସି ଦେଶ ଯିବାକୁ ଅନୁମତି ଦିଆ ନ ଯାଉ । ଯେଉଁଥିପାଇଁ ନେପାଳ ସରକାର ଅମୃତପାଲଙ୍କୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା